Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁଆଡେ ଗଲା ବିସ୍ଫୋରକ, ଖୋଜୁଛି NIA

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କୁଆଡେ ଗଲା ବିସ୍ଫୋରକ, ଖୋଜୁଛି NIA

Key Points

ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ହାଇ ଆଲର୍ଟ

ଖଣି ମାଲିକଙ୍କୁ ପଚରାଉଚରା

ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ପୋଲିସ ଥାନା ଅଞ୍ଚଳରୁ ମଙ୍ଗଳବାର ପ୍ରାୟ ୫ ଟନ୍‌ ବିସ୍ପୋରକ ସାମଗ୍ରୀ ଘଟଣାରେ ତନାଘନା କରୁଛି NIA । ସେପଟେ ରାଉରକେଲା ପୋଲିସ ଜିଲା କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସ୍‌ପି ଏବଂ ପୋଲିସ ଜିଲାର ଅଧିକାରୀମାନଙ୍କୁ ଏକ ରୁଦ୍ଧଦ୍ବାର ବୈଠକ ହୋଇଛି। ଖଣି ମାଲିକଙ୍କୁ ପଚରାଉଚରା କରିଛି NIA ଟିମ୍ । ଲୁଟ୍‌ ବିସ୍ଫୋରକ ଠାବ କରିବା ପାଇଁ ଓଡ଼ିଶା ପୋଲିସ ଏବଂ ଡିଭିଏଫ୍‌ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରଖିଛି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ମାଓ ସଂଗଠନ ଏହି ବିସ୍ଫୋରକ ନେଇଥିବା କୁହାଯାଉଛି। ଏହି ବିସ୍ଫୋରକ ବ୍ୟବହାର କରି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।


ବିସ୍ଫୋରକ ସାମଗ୍ରୀ ଲୁଟ୍ ପରେ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି ରହିଛି । ସୂଚନାଯୋଗ୍ୟ ମଙ୍ଗଳବାର ଏକ ସୁନ୍ଦରଗଡ଼ ଜିଲାର ବାଙ୍କୋ ପଥର ଖଣିକୁ ବିସ୍ଫୋରକ ନେଇ ଯାଉଥିବା ଗାଡିକୁ ବନ୍ଧୁକ ଦେଖାଇ ଲୁଟ୍ କରାଯାଇଥିଲା। ପ୍ରାୟ ୨୫ କେଜି ଲେଖାଏଁ ଥିବା ୨୦୦ ପ୍ୟାକେଟ ଚୋରି ହୋଇଛି। ବିସ୍ଫୋରକ ଲୁଟ୍‌ ଗାଡିର ଡ୍ରାଇଭରକୁ ଛାଡ଼ି ଦେଇଥିବାବେଳେ ତାଙ୍କୁ ପଚରାଉଚରା କରିଛି ପୋଲିସ। କେନ୍ଦ୍ର ଓ ରାଜ୍ୟ ସରକାର ମାଓବାଦୀ ଦମନ ଅଭିଯାନ ଚଳାଇଥିବା ବେଳେ ଏତେ ପରିମାଣର ବିସ୍ଫୋରକ ଲୁଟ୍ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଅନ୍ୟପଟେ ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡ଼ିଛନ୍ତି ଗିରଫ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ କୁଞ୍ଜମ ହିଡ଼ମା ଓରଫ ମୋହନ। ଗୁରୁବାର କୋରାପୁଟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ରୋହିତ ବର୍ମା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହିଡ଼ମା ଓ ତାର ୩ ସହଯୋଗୀ ଆନ୍ଧ୍ରକୁ ଚାଲିଯିବା ପାଇଁ ଉଦ୍ୟମ କରିଥିଲେ। ଯବାନ ପିଛା କରି ହିଡ଼ମାକୁ କାବୁ କରିଥିଲେ। ତା’ ପାଖରୁ ଗୋଟିଏ ଏକେ-୪୭ ସ୍ବୟଂଚାଳିତ ରାଇଫଲ୍‌, ୩୫ ରାଉଣ୍ଡ ଗୁଳି, ମାଗାଜିନ୍‌, ୨୭ଟି ଡିଟୋନେଟର, ଦୁଇଟି ରେଡିଓ, ବିସ୍ଫୋ‌ରକ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି। ୨୦୦୭ରେ ମାତ୍ର ୧୪ ବର୍ଷ ବୟସରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲା ମୋହନ। ହିଡମା ଛତିଶଗଡ଼ରେ ମଧ୍ୟ ବହୁ ହିଂସାରେ ସେ ସଂପୃକ୍ତ ରହିଥିବା ବେଳେ ଓଡ଼ିଶାର ବୈପାରିଗୁଡ଼ା ଥାନାରେ ୪ଟି ଓ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ୩ଟି ମାମଲା ରହିଛି।

Sponsored
Search operation underway to recover explosives | Argus News