Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ  । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନିଜ ନିଜ ମୁଦ୍ଦାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି ମନ ଜିତିବାକୁ ପ୍ରୟାସ କରିଛନ୍ତି । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ 35 ବିଧାନସଭା ଆସନ ପାଇଁ ହେବ ଭୋଟିଂ ।

9162ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ 79 ଲକ୍ଷ  69 ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହେବେ । ନିୟୋଜିତ ହେବେ 102 କମ୍ପାନୀ ସୁରକ୍ଷା ବାହିନୀ । 60ଟି ବୁଥରେ ହେବ ଲାଇଭ ଷ୍ଟ୍ରିମିଂ ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Second phase of polling in Odisha tomorrow | Argus News