Beaurte visit / ଗାଁ କୁ ଯିବେ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀ କରିବେ ଜିଲ୍ଲା ଗସ୍ତ
·5 months ago·2 min read

Key Points
ଗାଁ କୁ ଯିବେ ସଚିବ
ସଚିବ ଓ ବରିଷ୍ଠ ଅଧିକାରୀ କରିବେ ଜିଲ୍ଲା ଗସ୍ତ
ଆବଶ୍ୟକ ପଡ଼ିଲେ ଚାଲି ଚାଲି ଯିବେ ଓ ସରକାରୀ ଯୋଜନାର ସମୀକ୍ଷା କରିବେ

ଗାଁ କୁ ଯିବେ ସଚିବ। ସଚିବ ଓ ବରିଷ୍ଠ ଅଧିକାରୀ କରିବେ ଜିଲ୍ଲା ଗସ୍ତ। 30 ଜିଲ୍ଲା ପାଇଁ 30 ଜଣ ଅଧିକାରୀ ଙ୍କୁ ଦାୟିତ୍ୱ ଦେଲେ ସରକାର। 45 ଟି ଯୋଜନା ର ସମୀକ୍ଷା ପାଇଁ 21 ଜଣ ଅଧିକାରି ଙ୍କୁ ଦାୟିତ୍ବ। ଅତି କମରେ ଥରେ ଆବଣ୍ଟିତ ଜିଲ୍ଲା ପରିଦର୍ଶନ କରିବା ପାଇଁ 2-3 ଦିନିଆ କାର୍ଯ୍ୟକ୍ରମ ଯୋଜନା କରିବେ। ଜିଲ୍ଲା କିମ୍ବା ସବଡିଭିଜନାଲ ମୁଖ୍ୟାଳୟରେ ଗୋଟିଏ ରାତି ବିତାଇବେ ସଚିବପରିଦର୍ଶନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମ ସହିତ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଅନୁଧ୍ୟାନ କରିବେ ।
ଗସ୍ତ ପାଇଁ ଜିଲ୍ଲାର ଯେକୌଣସି ଅପହଞ୍ଚ ଅଞ୍ଚଳକୁ ବାଛିବେ ଅଫିସର। ଆବଶ୍ୟକ ପଡ଼ିଲେ ଚାଲି ଚାଲି ଯିବେ ଓ ସରକାରୀ ଯୋଜନାର ସମୀକ୍ଷା କରିବେ। ଅନ୍ତତଃ ଗୋଟିଏ ଗ୍ରାମପଞ୍ଚାୟତକୁ ଯିବେ ଓ ଉନ୍ନୟନ କାମର ଅନୁଧ୍ୟାନ କରିବେ। ଜିଲ୍ଲା ଗସ୍ତ ସମୟରେ ପାନୀୟ ଜଳ ପ୍ରକଳ୍ପର ନିଶ୍ଚୟ ନୀରିକ୍ଷଣ କରିବେ ସଚିବ । ପ୍ରକଳ୍ପ ବିଳମ୍ବ ହେବାର କାରଣ ଓ ଏହାର ସମାଧାନ ନେଇ ପ୍ରସ୍ତାବ ଦେବେ । ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ପଇସା ଦେଇ ଖାଇବା ସହ ମାନ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରତିକ୍ରିୟା ସଂଗ୍ରହ କରିବେ। PHC କିମ୍ବା CHC ଗସ୍ତ କରି ରୋଗୀଙ୍କ ସ୍ବାସ୍ଥ୍ୟ ସେବା ନେଇ ଆଲୋଚନା କରିବେ। ସ୍କୁଲ ହଷ୍ଟେଲରେ ଆଦିବାସୀ ଛାତ୍ରୀଙ୍କ ସହ ଆଲୋଚନା କରି ପ୍ରତିକ୍ରିୟା ନେବେ । ଶିକ୍ଷାନୁଷ୍ଠାନରେ ICC ଗଠନ ହୋଇଛି ନା ନାହିଁ ପଚାରି ବୁଝିବେ । ଶିକ୍ଷାନୁଷ୍ଠାନ କିମ୍ବା ସରକାରୀ ଅଫିସରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ତଦାରଖ କରିବେ । ଖଣି ଜିଲ୍ଲାଗୁଡ଼ିକରେ DMF ପାଣ୍ଠିର ବିନିଯୋଗ ହେଉଛି ନା ନାହିଁ ତଦାରଖ କରିବେ। ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ଥିବା ସ୍ବତନ୍ତ୍ର ବ୍ୟବସ୍ଥାର ନିଶ୍ଚୟ ଅନୁଧ୍ୟାନ କରିବେ।
ଗାଁ ର ବିକାଶ କରିବା ଆମ ସରକାରଙ୍କ ଲକ୍ଷ୍ୟ । ସଚିବ ମାନେ ଗାଁ କୁ ଯିବା ଦ୍ୱାରା ବିକାଶ ଅଧିକ ତ୍ୱରାନ୍ୱିତ ହୋଇ ପାରିବ । ଦୁର୍ନୀତି କମିବ । ସ୍ଵଛତା ଆସିବ । ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନା ପହଁଚିବ । ଜନ ସାଧାରଣ ସଚିବ ମାନଙ୍କୁ ତାଙ୍କ ଅଭିଯୋଗ ସିଧାସଳଖ କହି ପାରିବେ । ପୂର୍ବରୁ ଲୋକେ ନେତା ମନ୍ତ୍ରୀ ଅଧିକାରୀ ଙ୍କୁ ଗାଁ ରେ ଖୋଜୁ ଥିଲେ ପାଉ ନଥିଲେ । ଏବେ ସମୟ ବଦଳିଛି । ଗାଁ ରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପହଁଚିବା ସହ ସଚିବ ବି ପହଞ୍ଚିବେ । ଲୋକଙ୍କ ସରକାର ରେ ଲୋକଙ୍କ ପାଖରେ କିପରି ଯୋଜନା ପହଁଚିବ ସେଥିପାଇଁ ଏହି ନିଷ୍ପତ୍ତି ନିଆ ଯାଇଛି ବୋଲି କହିଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories