ସଚିବ ବୁଲିଲେ ଜିଲ୍ଲା , 30 ଜିଲ୍ଲା ବୁଲିବେ 30 ସଚିବ
·1 year ago·1 min read

ଅର୍ଗସ ବ୍ୟୁରୋ: ଏଣିକି ସଚିବ ବୁଲିଲେ ଜିଲ୍ଲା । 30 ଜିଲ୍ଲା ବୁଲିବେ 30 ସଚିବ । ଏ ନେଇ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଗସ୍ତ ସମୟରେ ଜିଲ୍ଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବେ । ଗ୍ରାମ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାକୁ ପରିଦର୍ଶନ କରିବେ । ଦିନକୁ ଅତିକମରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନ ଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ । କୌଣସି ଏକ ମେଡ଼ିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିବେ । ଅଙ୍ଗନବାଡ଼ି ହିତାଧିକାରୀଙ୍କ ସହ କରିବେ ଆଲୋଚନା । ଏହାସହ 8 ଟି ଡିଏମଏଫ୍ ଜିଲ୍ଲା ଗସ୍ତ କରି ସେଠାରେ ଡିଏମଏଫ୍ ପାଣ୍ଠିର ବିନିଯୋଗ ବାବଦରେ ସମୀକ୍ଷା କରିବେ । ଆକାଂଖୀ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: