ବଲାଙ୍ଗିରରୁ ପୁରୁଣାକଟକ ପର୍ଯ୍ୟନ୍ତ ଗଡିବ ଟ୍ରେନ ସରିଲା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

Key Points
ଖୁବଶୀଘ୍ର ବଲାଙ୍ଗିରରୁ ପୁରୁଣାକଟକ ପର୍ଯ୍ୟନ୍ତ ଗଡିବ ଟ୍ରେନ
ବୌଦ୍ଧ ଷ୍ଟେସନ ଠାରୁ ପୁରୁଣାକଟକ ଷ୍ଟେସନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଶେଷ
ସଫଳତା ସହ ୧୧୦ ସ୍ପିଡ଼ରେ ହୋଇଛି ପାସେଞ୍ଜର ଟ୍ରେନର ସ୍ପିଡ ଟ୍ରାଏଲ ରନ
କଂଗ୍ରେସ ସରକାର ସମୟରେ ଧୀମା ଥିଲା କାମ
ଗତ 5ବର୍ଷରେ କ୍ଷୀପ୍ର ହୋଇଛି କାମ
ରେଳଧାରଣା ବିଛା ସରିଛି । ରେଳଧାରଣା ଉପରେ ଚାଲିଛି ବିଦ୍ୟୁତ ସଂଯୋଗୀକରଣ କାମ । ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଚାଲିଛି ଯାଞ୍ଚ । ଏପଟେ ପୁରୁଣାକଟକ ରେଳ ଷ୍ଟେସନ ନିର୍ମାଣ ମଧ୍ୟ ଶେଷ ହୋଇ ୧୧୦ ସ୍ପିଡ଼ ଟ୍ରାଏଲ ରନ ସଫଳ ହୋଇଛି । ଯାଞ୍ଚ ପ୍ରକ୍ରିୟା ଦୁଇଦିନ ଧରି ଚାଲିଥିଲା । ପ୍ରଥମ ଦିନରେ CRS-କମିସନର ଅଫ ରେଳ ସେପ୍ଟି, ବୌଦ୍ଧ ଷ୍ଟେସନ ଠାରୁ ଚମ୍ପାପୁର ଷ୍ଟେସନ ଓ ଦ୍ୱିତୀୟ ଦିନ ଚମ୍ପାପୁର ଷ୍ଟେସନ ଠାରୁ ପୁରୁଣାକଟକ ଷ୍ଟେସନ ମଧ୍ୟରେ ଥିବା ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏଥିସହ ୧୧୦ ସ୍ପିଡ଼ ଟ୍ରାଏଲ ରନ ସଫଳ ହୋଇଛି l ୧୦ଜଣିଆ ରେଳ ଅଧିକାରୀ ଟିମ ୫ ଟି ଟ୍ରେନଟ୍ରଲି ସାହାଯ୍ୟ ରେ ରେଳ ଧାରଣାର ବୌଦ୍ଧ ଷ୍ଟେସନ ପଟୁ ପୁରୁଣାକଟକ ଷ୍ଟେସନକୁ ଯାତ୍ରା କରିଥିଲେ । ଏହି ସମୟରେ ରେଳପଥର ବିଭିନ୍ନ ଜାଗାରେ ଉଚ୍ଚତା ମାପି ଦେଖିବା ସହ ସିଗନାଲ ବ୍ୟବସ୍ଥା ଯାଞ୍ଚ କରିଥିଲେ ।
ପୁରୁଣାକଟକ ଷ୍ଟେସନର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଷ୍ଟେସନ ରେ ଥିବା ସମସ୍ତ ଲୁପ-ଲାଇନ ମେନ-ଲାଇନ ମଧ୍ୟ ତଦାରଖ କରିଥିଲେ । ସମସ୍ତ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଦ୍ୱିତୀୟ ଦିନ ପାସେଞ୍ଜର ଟ୍ରେନ କୁ ବଲାଙ୍ଗୀର ଅଭିମୁଖେ ୧୧୦ ବେଗ ରେ ଚଳାଇବା ପାଇଁ ବିଭାଗ ପକ୍ଷରୁ ଲୋକପାଇଲଟ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂଜାର୍ଚ୍ଚନା ସରିବା ପରେ ସବୁଜ ପତାକା ଦେଖାଇ ସ୍ପଡ଼ ଟ୍ରାଏଲ ରନ ଆରମ୍ଭ ହୋଇଥିଲା । CRS ଙ୍କ ନିକଟରୁ ସୁରକ୍ଷା ପ୍ରମାଣପତ୍ର ମିଳିବା ପରେ ଖୁବଶୀଘ୍ର ରେଳ ମନ୍ତ୍ରାଳୟରୁ ଗ୍ରୀନ ସିଗନାଲ ମିଳିବ । ଏହା ପରେ ପୁରୁଣାକଟକ କୁ ରେଳ ଗଡ଼ିବ ବୋଲି DRM ସମ୍ବଲପୁର କହିଛନ୍ତି ।
📱 Get Argus News App
✨
ଅନ୍ୟପଟେ ଖୋର୍ଦ୍ଧା ବଲାଙ୍ଗୀର ରେଲପଥରେ 7ଟି ଟନେଲ ନିର୍ମାଣ ଚାଲିଛି l ସେଥିମଧ୍ୟରେ ବୌଦ୍ଧ ରେ 4ଟି ଟନେଲ କାର୍ଯ୍ୟ ସରିଛି । ନୟାଗଡ଼ ଜିଲ୍ଲାରେ ୩ଟି ଟନେଲ ନିର୍ମାଣ ଚାଲିଛି। ଟନେଲ ଭିତରେ ରେଲଧାରଣା ବିଛା କାର୍ଯ୍ୟ ଆରମ୍ଭ ହୋଇଛି l ଏହାପରେ ଆରମ୍ଭ ହେବ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ । ନିର୍ମାଣ ରେ ଲାଗିପଡିଛନ୍ତି ଠିକାସଂସ୍ଥା । ସମସ୍ତ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରି ଇଞ୍ଜିନିୟର ଓ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି l ଖୁବଶୀଘ୍ର ଟନେଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଯନ୍ତ୍ରୀ କହିଛନ୍ତି । ...
କଂଗ୍ରେସ ସରକାର ସମୟରେ ଧୀମା ଥିଲା କାମ । ଗତ 5ବର୍ଷରେ କ୍ଷୀପ୍ର ହୋଇଛି କାମ । ପୁରୁଣା କଟକ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି । ରେଲ ମନ୍ତ୍ରାଣାଳୟ ର ଗ୍ରୀନ ସିଗନାଲକୁ ଅପେକ୍ଷା। ଟନେଲ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ , ବାଣିଜ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବ ବୋଲି ଆଶା କରାଯାଉଛି ।