ମାଓବାଦୀଙ୍କ ବଡ଼ ଷଡଯନ୍ତ୍ରକୁ ପଣ୍ଡ କଲେ ସୁରକ୍ଷାବାହିନୀ

Key Points
ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଷଡଯନ୍ତ୍ରକୁ ପଣ୍ଡ କଲେ ସୁରକ୍ଷାବାହିନୀ
ପାହାଡ଼ରେ ଲୁଚାଇ ରଖାଯାଇଥିବା ୧୮ ହଜାର ଡିଟୋନେଟର ଜବତ
ବୋମା ନିଷ୍କ୍ରିୟୟକାରୀ ଟିମ୍ ଦ୍ବାରା ନଷ୍ଟ ହେଲା ଡିଟୋନେଟର
ସରଣ୍ଡା ଜଙ୍ଗଲରୁ ଜବତ ହେଲା ୧୮ ହଜାର ଡିଟୋନେଟର୍ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ସୁରକ୍ଷାବାହିନୀ । ସୂଚନା ପାଇ ଟଣ୍ଟୋ ଥାନା ହୁସିପି ଗାଁ ନିକଟ ଜଙ୍ଗଲ ଓ ପାହାଡ଼ରେ ଲୁଚାଇ ରଖାଯାଇଥିବା ୧୮ ହଜାର ଡିଟୋନେଟର୍ ଜବତ କରି ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ନଷ୍ଟ କରିଦିଆଯାଇଛି ।
ମାଓ ସଙ୍ଗଠନର ଶୀର୍ଷନେତା ସେମାନଙ୍କ ଦଳ ସହିତ କୋଲହାନ ଅଞ୍ଚଳରେ ସକ୍ରିୟ ଥିବା ସହ କିଛି ବଡ଼ ବିସ୍ଫୋରଣ ଯୋଜନା କରୁଥିବା ନେଇ ଚାଇଁବସା ଏସପି ରାକେଶ ରଞ୍ଜନଙ୍କୁ ସୂଚନା ମିଳିଥିଲା। ଏହା ପରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରି ସୁରକ୍ଷାବାହିନୀ ବିପୁଳ ବିସ୍ଫୋରକ ଜବତ କରିଥିଲା । ସେପଟେ ଗତ ମାସ ୨୮ ତାରିଖରେ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଏ ପର୍ଯ୍ୟନ୍ତ ଆହୁରି ୧ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରି ପାରିନାହିଁ ସୁରକ୍ଷା ବାହିନୀ ।