Videos
|
Odisha

50 କେଜି IEDକୁ ଜବତ କରି ନଷ୍ଟ କଲେ ସୁରକ୍ଷା ବାହିନୀ

Smruti Parija
Browse all articles by Smruti Parija
·1 year ago·2 min read
50 କେଜି IEDକୁ ଜବତ କରି ନଷ୍ଟ କଲେ ସୁରକ୍ଷା ବାହିନୀ

Key Points

ପୁଣି ବିଫଳ ହେଲେ ମାଓବାଦୀ । ଲାଲବାହିନୀର ବଡ଼ ଯୋଜନାକୁ ପଣ୍ଡ କଲେ ସୁରକ୍ଷା ବାହିନୀ ।

ମାଲକାନଗିରି: ପୁଣି ବିଫଳ ହେଲେ ମାଓବାଦୀ । ଲାଲବାହିନୀର ବଡ଼ ଯୋଜନାକୁ ପଣ୍ଡ କଲେ ସୁରକ୍ଷା ବାହିନୀ । 50 କେଜି IED କୁ ଜବତ କରି ନଷ୍ଟ କଲେ ସୁରକ୍ଷା ବାହିନୀ । ବିଜାପୁରର ବାସାଗୁଡ଼ା ଥାନା ଅଞ୍ଚଳ ଦୁର୍ଗା ମନ୍ଦିର ପାଖ ପୋଲ ତଳୁ ମିଳିଥିଲା ଆଇଡି । ବାସାଗୁଡା ଥାନା ଅଞ୍ଚଳ ସୁରକ୍ଷା ବାହିନୀଙ୍କ ଦୁଇ କ୍ୟାମ୍ପ ମଧ୍ୟରେ IED ଲଗାଇଥିଲେ ମାଓବାଦୀ ।


ପୂର୍ବରୁ ଓଡ଼ିଶାର ନୂଆପଡା ସୀମାନ୍ତ ଓ ପଡ଼ୋଶୀ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା କୁଲହରିଘାଟ ଚାଲିଥିବା ମାଓ ବିରୋଧୀ ଅପରେସନରେ 3 ଦିନରେ ନିପାତ ହେଲେଣି 20ରୁ ଅଧିକ ନକ୍ସଲ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାରି ମଧ୍ୟରେ ଯବାନଙ୍କ ମନୋବଳ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା 8ରୁ25 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେପଟେ ସୁରକ୍ଷା ବାହିନୀଙ୍କୁ ମିଳିଚାଲିଛି ଗୋଟିଏ ପରେ ଗୋଟିଏ ବଡ଼ ସଫଳତା । ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ଏକ ତାଲିମ ଶିବିରକୁ କବଜା କରିଛନ୍ତି ସୁରକ୍ଷା କର୍ମୀ ।


ବିଜାପୁର ଜିଲ୍ଲା ଭଟ୍ଟିଗୁଡ଼ା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲ ସ୍ଥାପନ କରିଥିଲେ ଏହି ହାଇଟେକ୍ ତାଲିମ ଶିବିର। CRPF କୋବ୍ରା ଯବାନ ମାନେ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ କରିବାବେଳେ ଲାଲ୍ ରଙ୍ଗର ଏହି ତାଲିମ ଶିବିରକୁ ଠାବ କରିଥିଲେ । ନକ୍ସଲଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏଠି ରହିଛି ଆକାଶକୁ ଛୁଇଁଲା ଭଳି ବଡ ବଡ ଗଛ । କଂକ୍ରିଟ୍ ବାରାକ୍ ଓ କୁଡ଼ିଆ ଘର ବି ତିଆରି ହୋଇଥିଲା। ଶିବିର ଭିତରେ ଥିବା ପକ୍କା ଘର ଓ ମାଓବାଦୀଙ୍କ ସ୍ମାରକ ଭାଙ୍ଗି ଦେଇଛନ୍ତି ସୁରକ୍ଷାବାହିନୀ । ସେହି ବିଜାପୁରର ପିଡ଼ିଆ ଅଞ୍ଚଳରୁ 8ଟି IED ଜବତ କରିଛନ୍ତି ଯବାନ। ପ୍ରତ୍ୟେକ IEDର ଓଜନ ଥିଲା 5 କେଜି।

Security forces seize and destroy 50 kg IED | Argus News