ପହଲଗାମ ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ବଢିଲା ସୁରକ୍ଷା।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦିଲ୍ଲୀ, କୋଲକାତା, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସବୁ ଷ୍ଟେସନରେ ଫ୍ଳାଗ ମାର୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି। ଏଭଳି ସ୍ଥିତିରେ ଭୁବନେଶରରେ ରେଳ ଷ୍ଟେସନରେ ସୋମବାର ଆର୍ପିଏଫ୍ ପକ୍ଷରୁ ଫ୍ଳାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଏପରିକି ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି। ଭୁବନେଶ୍ୱର ରେଲୱେ ଷ୍ଟେସନରେ RPFର ଫ୍ଲାଗ ମାର୍ଚ୍ଚ। ପଇଁତରା ମାରୁଛନ୍ତି ଦୁଇ ସେକ୍ସନ ଫୋର୍ସ। ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।
ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ହାଇ ଆଲର୍ଟ । ଆରପିଏଫ୍ ଦ୍ବାରା ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି । ଷ୍ଟେସନରେ ପଇଁତରା ମାରୁଛନ୍ତି ଦୁଇ ସେକ୍ସନ ଫୋର୍ସ । ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସବୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି । ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।