ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ, ପୁଣି ଭିଡିଓ ଭାଇରାଲ୍
·1 year ago

Key Points
ପୁଣି ଶ୍ରୀମନ୍ଦିରରେ ଡ୍ରୋନ୍ ଉଡ଼ିବା ଭିଡିଓ ଭାଇରାଲ୍
ଡ୍ରୋନ୍ ଭିଡିଓରେ ଜଣେ ଚୁନେରା ସେବକଙ୍କ ସମ୍ପୃକ୍ତି ଅନୁମାନ
ଭିଡିଓରେ ଚୁନେରା ସେବକ ନମସ୍କାର କରୁଥିବା ଭିଡିଓରେ ରହିଛି
ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନ
ପୁଣି ଶ୍ରୀମନ୍ଦିରରେ ଡ୍ରୋନ୍ ଭିଡିଓ ଭାଇରାଲ୍ । ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ। ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ହୋଇଛି। ଡ୍ରୋନ୍ ଭାଇରାଲରେ ଜଣେ ଚୁନରା ସେବକଙ୍କ ଚିତ୍ର ବାରମ୍ବାର ଆସୁଛି। ଡ୍ରୋନ ଉଡିବା ସମୟରେ ସେ ଜାଣିଥିବା ଭଳି ଦୃଶ୍ୟ ବାରି ହୋଇପଡୁଛି କାରଣ ତାଙ୍କର ଯେତେବେଳେ ଚିତ୍ର ଉତ୍ତୋଳନ ହେଉଛି ସେତେବେଳେ ସେ ମୁଣ୍ଡିଆ ମାରୁଛନ୍ତି।
ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି ଚୁନରା ସେବକ ୧୪ ହାତିଆ ମୁଖ୍ୟ ବାନା ଲଗାଯାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି। ଯେଉଁ ଆଣ୍ଟି ଡ୍ରୋନ ସିଷ୍ଟମର କଥା କୁହାଯାଉଛି ସେଠାରେ ସାହାସ କରି ଡ୍ରୋନ ଉଠାଯାଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: