Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଦଚାରୀଙ୍କୁ ରାସ୍ତାରେ ଦେଖି ଅଟକିଲା କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି

Ritu Das
Browse all articles by Ritu Das
·2 years ago·1 min read
ପଦଚାରୀଙ୍କୁ ରାସ୍ତାରେ ଦେଖି ଅଟକିଲା କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି

ଅର୍ଗସ ବ୍ୟୁରୋ: ପଦଚାରୀଙ୍କୁ ରାସ୍ତାରେ ଦେଖି ଅଟକିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡି। ତାଳଚେରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ସୋମବାର ଜାମ୍ବଆଳିଠାରେ ସ୍ଥାନୀୟ ଅଞ୍ଚଳର ଶୁଭମ ସାହୁ ଓ ତାଙ୍କ ସହଯୋଗୀ ଚାଲି ଚାଲି ମା ହିଙ୍ଗୁଳା ଓ ଶ୍ରୀକ୍ଷେତ୍ର ପୁରୀ ଦର୍ଶନ ପାଇଁ ଯାଉଥିବାର ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଟକିଥିଲେ। 

ରଘୁନାଥପୁର ଓ ପାରାଦୀପ ରେଳ ଷ୍ଟେସନର ଶିଳାନ୍ୟାସ କଲେ ମୋଦି

ତାଳଚେରର ମା’ ହିଙ୍ଗୁଳା ମନ୍ଦିରରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିବା ଦୁଇ ବନ୍ଧୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦେଶ ଦେଇଥିଲେ। ଶୁଭମ ପୂର୍ବରୁ ତାଳଚେରରୁ ଅଯୋଧ୍ୟାକୁ ପଦଯାତ୍ରା କରି ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବା ସହ ଆମ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେମାନଙ୍କର ଏହି ଯାତ୍ରା ଯୁବ ସମାଜକୁ ପ୍ରେରିତ କରିବ ବୋଲି କହିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Seeing pedestrians | Argus News