Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖତ ଗଦାରୁ ପୁଳା ପୁଳା ଟଙ୍କା ଜବତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଖତ ଗଦାରୁ ପୁଳା ପୁଳା ଟଙ୍କା ଜବତ

ଅର୍ଗସ ବ୍ୟୁରୋ: ଖତ ଗଦାରୁ ପୁଳା ପୁଳା ଟଙ୍କା ଜବତ । ବାଲେଶ୍ବର ଜିଲ୍ଲା କର୍ମଦା ଥାନା ବଡମନ୍ଦାରୁଣୀ ଗାଁରୁ ଖତ ଗଦାରେ ଲୁଚା ଯାଇଥିଲା ବିଡା ବିଡା ଟଙ୍କା । ହାଇଦ୍ରାବାଦ ଆଗ୍ରୋ ଇଣ୍ଡଷ୍ଟ୍ରିରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଚୋରି କରି ଚମ୍ପଟ ମାରିଥିଲା ଭୋଗରାଇର ଗୋପାଳ ବେହେରା । ବାଲେଶ୍ବର ଆସି ଯୁବକଙ୍କୁ ଧରିଲା ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ ପୋଲିସ୍ । ଭିଣୋଇ ସାଥିରେ ମିଶି କାଣ୍ଡ ଭିଆଇଥିଲା ଶାଳକ । କମର୍ଦା ଥାନା ବଡମନ୍ଦାରୁଣୀ ଗାଁର ଶ୍ଵଶୁର ଘରର ଖତ ଗଦାରୁ ଟଙ୍କା ଜବତ କରିଛି ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ ପୋଲିସ । କମ୍ପାନୀରେ କାମ କରୁଥିବାବେଳେ ଟଙ୍କା ଚୋରି କରିଥିଲା ଗୋପାଳ ।  

ସେପଟେ ଗୋପାଳର ଶଳା ରାଜୁ ହାଇଦ୍ରାବାଦରେ ପୋଲିସ ପାଖରେ ଅଟକ ରହିଛି । ଗୋପାଳ ପଶ୍ଚିମବଙ୍ଗ ହାୱାରର ନେତାଜୀ ନଗରରେ ଥିବା କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଛି l ଗୋପାଳ ବାରମ୍ବାର ମୋବାଇଲ ପରବର୍ତ୍ତନ କରୁଥିବା ତେଲେଙ୍ଗାନା ପୋଲିସ କୁ ସୂଚନା ମିଳିଛି l ବର୍ତ୍ତମାନ ତିନି ଜାଗାରୁ ପାଖାପାଖି ୧୩ଲକ୍ଷ ଟଙ୍କା ଜବତ କରିଛି ତେଲେଙ୍ଗାନl ପୋଲିସ I ବର୍ତ୍ତମାନ ୮ଲକ୍ଷ ଟଙ୍କା ମିଳିପାରିନାହିଁ l ଗୋପାଳ ଶାଶୁ ସୁମତିକୁ ପୋଲିସ ଅଟକ ରଖିଛି  l ନେତାଜୀ ନଗରକୁ ଗୋଟିଏ ଟିମ ଯାଇ ତଦନ୍ତ କରୁଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seized money from manure heap | Argus News