Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦେଢ଼ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ 

Odisha

ଦେଢ଼ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦେଢ଼ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ 

ବୌଦ୍ଧ: ଦେଢ଼ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ । ବୌଦ୍ଧ ଥାନା ବିଡ଼ାମାସ୍କା ଜଙ୍ଗଲରେ ଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇକୁ ଚଢ଼ାଉ କରି ଜବତ କଲା ପୋଲିସ । ସୂଚନା ଅନୁଯାୟୀ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଡିମିରିଖୋଲ ନିକଟସ୍ଥ ବିଡ଼ାମାସ୍କା ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଅମଳ କରି ବଡ଼ ଧରଣର ଏକ ଡିଲ ପାଇଁ ଏକ ଗାତ ଖୋଳି ପୋତି ରଖା ଯାଇଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏନେଇ ବୌଦ୍ଧ ଏସିପି ରାଜ୍ ପ୍ରସାଦ  SDPO କୂଳଦୀପ ମିନା ଓ ବୌଦ୍ଧ IIC ରଞ୍ଜିତ ମୁନି ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। 

ଏଥିରେ ୧୫ ଶହ ୬୦ କେଜିର ଗଞ୍ଜେଇ ଜଙ୍ଗଲ ରୁ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୪ଜଣ ମାଫିଆ ପେରାର ମାରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଛପନ ଲକ୍ଷ ହେବ । ୨୦୨୪ ମସିହାରେ ବୌଦ୍ଧ ପୋଲିସ ନାରକୋଟିକସ ଡ୍ରାଇଭ କରି ୩୮୦୦କେଜି ଗଞ୍ଜେଇ ଜବତ କରିଥିବା ବେଳେ ୧୭ଜଣ ଗଞ୍ଜେଇ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଛି । ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଅଧିକରୁ ଅଧିକ ଅପରେସନ କରି ବୌଦ୍ଧ ରୁ ଗଞ୍ଜେଇ ଚାଷର ମୂଳପୋଛ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସିପି କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Seizure of more than one and a half tons of marijuana | Argus News