Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜୁଙ୍କ ପରାମର୍ଶରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ...

Odisha

ବିଜୁଙ୍କ ପରାମର୍ଶରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ...

Smruti Parija
Browse all articles by Smruti Parija
·2 years ago·2 min read
ବିଜୁଙ୍କ ପରାମର୍ଶରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ...

ଅର୍ଗସ ବ୍ୟୁରୋ: ପରଲୋକରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ତାଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ବରିଷ୍ଠ ରାଜନେତା ତାଙ୍କ ବାସଭବନକୁ ଯାଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦାମଙ୍କ ବିୟୋଗରେ ଶୋକ ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଓଡିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ପରିଚିତ । 

'ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା'

ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ସେ ଓଡିଶା ବିଧାନସଭାରେ ବିଧାୟକ ଭାବେ ୭ଥର କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି । ୧୯୭୯ରୁ ୨୦୧୭ ଯାଏଁ ସେ ବିଭିନ୍ନ ସମୟରେ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । 

  • 1942 ଜୁଲାଇ 2ରେ ଦାମୋଦର ରାଉତଙ୍କ ଜନ୍ମ
  • ବିଜୁଙ୍କ ପରାମର୍ଶରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ
  • 7 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦାମୋଦର
  • 5 ଥର ଏରସମା, 2 ଥର ପାରାଦୀପରୁ ଲଢ଼ି ଜିତିଥିଲେ 
  • 1977ରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ
  • ଜନତା ପାର୍ଟି ଟିକେଟ୍‌ରେ ବାଲିକୁଦା-ଏରସମା ଆସନରୁ ବିଧାୟକ
  • 1980ରେ ଜନତା ଦଳ ସେକୁଲାରରୁ ଜିତି 2ୟ ଥର ବିଧାନସଭା ଆସିଥିଲେ
  • କୃଷି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ସମବାୟ ପରି 7ରୁ ଊର୍ଦ୍ଧ୍ବ ବିଭାଗର ମନ୍ତ୍ରୀ ଥିଲେ
  • ସୂଚନା ଓ ଲୋକସମ୍ପର୍କ ଏବଂ ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଥିଲେ
  • 2017ରେ ଦାମକୁ ଦଳରୁ ବହିଷ୍କାର କରିଥିଲା ବିଜେଡି 
  • 2018 ମାର୍ଚ୍ଚରେ ବିଜେପିରେ ମିଶି ବାଲିକୁଦାରୁ ଲଢ଼ି ହାରିଥିଲେ
  • ଗତ ଜାନୁଆରୀରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଥିଲା
  • ବିଧାନସଭାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ସ୍ଥାନ ପାଇଥିଲେ
  • ଦକ୍ଷ ରାଜନେତା ଭାବେ ଯେତିକି ଜଣାଶୁଣା, ରୋକ୍‌ଠୋକ୍ କଥା ପାଇଁ ସେତିକି ଚର୍ଚ୍ଚିତ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Senior BJD leader Damodar Rout passes away at 83 while undergoing treatment | Argus News