Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ସିଏ ଯୁଆଡ଼େ ଯିବେ ତାଙ୍କ ଦଣ୍ଡ କାମ କରିବ'

Odisha

'ସିଏ ଯୁଆଡ଼େ ଯିବେ ତାଙ୍କ ଦଣ୍ଡ କାମ କରିବ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ସିଏ ଯୁଆଡ଼େ ଯିବେ ତାଙ୍କ ଦଣ୍ଡ କାମ କରିବ'

ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ ଦେବି ମିଶ୍ର। ବାବା ଆଗରୁ ବିଜେଡିରେ ଥିଲାବେଳେ ଦଣ୍ଡ ଧରି ଦଳର ଦଉଡିକୁ ସମ୍ଭାଳି ଥିଲେ। ଯୁଆଡ଼େ ଗଲେ ବି ତାଙ୍କ ଦଣ୍ଡର ପ୍ରଭାବ ରହିବ। ରାଜନୀତି ରେ ଆକ୍ଷେପ ପ୍ରତି ଆକ୍ଷେପ ରହିଛି । ଆମ ଦଳରେ ଅସନ୍ତୋଷ କେଉଁଠି ବି ନାହିଁ କହିଛନ୍ତି ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ।

ତେବେ ଶନିବାର ସକାଳୁ ନବୀନଙ୍କୁ ଆଟାକ୍ କରିଥିଲେ ପାଟ୍ଟଶାଣୀ । ସେ ନବୀନଙ୍କୁ ମିଛୁଆ ବୋଲି କହି ତାତ୍ସଲ୍ୟ କରିଥିଲେ । ସେ କହିଥିଲେ 'ନବୀନ ବାବୁ ଏତେ ତଳ ସ୍ତରକୁ ଚାଲିଯିବେ ମୁଁ କେବେ ଆଶା କରି ନଥିଲି । ସେ କାହିଁକି ଆଉ କାହା ବୋଲରେ ଏତେ ତଳକୁ ଖସି ଯାଉଛନ୍ତି ମୁଁ ଜାଣିପାରୁନି । କଣ ଆବଶ୍ୟକତା ଅଛି ନବୀନ ବାବୁଙ୍କର ଏମିତି କରିବାର ।'

'ପ୍ରଭାତ ତ୍ରିପାଠୀଙ୍କ ବିରୁଦ୍ଧରେ ଯେଉଁ କାଉଣ୍ଟର କରିଛନ୍ତି ତାହା ନବୀନଙ୍କ ଭାଷା ନୁହେଁ । ମୁଁ ସେବେ ବି କହିଥିଲି ଏବେ ବି କହୁଛି ନବୀନ ବାବୁ ତୁମେ ପାଣ୍ଡିଆନ ପାଣ୍ଡିଆନ କାହିଁକି ହେଉଛ । ଆଉ କଣ କେହି ନାହାନ୍ତି କି ବିଜେଡିରେ ।'

'ନବୀନ ବାବୁଙ୍କ ଭଳି ଲୋକ ମିଛ କହୁଛନ୍ତି ମୋର ବିଶ୍ୱାସ ହେଉନି । କିନ୍ତୁ ନବୀନଙ୍କ ମିଛ କହିବା ଅଭ୍ୟାସ ଏବେର ନୁହେଁ ବହୁ ପୂର୍ବରୁ ମଧ୍ୟ ସେ ମିଛ କହିଆସୁଛନ୍ତି । ମୋ ରାଜ୍ୟସଭା ଯିବା କଥା ମିଛ କହିଥିଲେ । ଓଡ଼ିଶାବାସୀ ତାହା ଦେଖିଛନ୍ତି । ରକ୍ଷା ହେଇଛି ନବୀନ ପଟ୍ଟନାୟକ ବଞ୍ଚି ଯାଇଛନ୍ତି । ଜୟ ଲଳିତାଙ୍କୁ ଯେଉଁ ଭଳି ରାଜନୈତିକ ହତ୍ୟା କରାଯାଇଥିଲା ନବୀନ ପଟ୍ଟନାୟକଙ୍କୁ ବି ସେଇଭଳି କରାଯାଉଥିଲା । ସେହିଭଳି ଷଡ଼ଯନ୍ତ୍ର କରୁଥିଲା ପାଣ୍ଡିଆନ । ସବୁ ସେଇ ଜଗନ୍ନାଥ ଜାଣିଛନ୍ତି ।'

ପାଣ୍ଡିଆନ କୁହନ୍ତୁ ଆସି, ରାତି ଅଧରେ ଜଗନ୍ନାଥ ମନ୍ଦିର ଯାଇ କଣ କରୁଥିଲେ । ପଣ୍ଡା ପୂଜା ପଡ଼ିହାରିମାନଙ୍କ ପୂଜା ବିଦ୍ଧିରେ ବାଧା ସୃଷ୍ଟି କରି, ରାତି ଅଧରେ ଜଗନ୍ନାଥ ମନ୍ଦିରରେ ଏମାନେ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶନ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior BJD Leader Debi Prasad Mishra on Prasanna Pattasani | Argus News