Videos
|
Odisha

୨୦୧୪ରେ ଘଡ଼େଇ ପରିବାର ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ୧୦ ବର୍ଷ ପରେ କାହିଁକି ମୁହଁ ଖୋଲିଲେ...

Smruti Parija
Browse all articles by Smruti Parija
·1 year ago·1 min read
୨୦୧୪ରେ ଘଡ଼େଇ ପରିବାର ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ୧୦ ବର୍ଷ ପରେ କାହିଁକି ମୁହଁ ଖୋଲିଲେ...

ନବୀନଙ୍କ ନିୟନ୍ତ୍ରଣରେ ନାହାନ୍ତି ଆଉ ନେତା । ପରାଜୟ ପରେ ଦଳୀୟ ପରିଚାଳନାର ଗୁମର ଖୋଲି ବର୍ଷୁଛନ୍ତି ଜଣେ ପରେ ଜଣେ ନେତା । ଏହି କ୍ରମରେ ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେ଼ଇ ନିଜ ପୁଅ ପ୍ରତି ହୋଇଥିବା ଷଡଯନ୍ତ୍ରର କାହାଣୀ କହିଛନ୍ତି । ନା ନ ନେଇ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ବର୍ଷିଛନ୍ତି ପ୍ରଫୁଲ୍ଲ । ପ୍ରୀତିରଞ୍ଜନଙ୍କୁ କୋରେଇରୁ ସୁକିନ୍ଦା ତଡିଲା କିଏ ? କୋରେଇର ଏକ ମହୋତ୍ସବରେ ପ୍ରଫୁଲ୍ଲ କହିଛନ୍ତି ଚକ୍ରାନ୍ତ କରି ପ୍ରୀତିରଞ୍ଜନକୁ କୋରେଇରୁ ସୁକିନ୍ଦାକୁ ନେଇଗଲେ । ତାଙ୍କ ଇଛା ବିରୁଦ୍ଧରେ ସୁକିନ୍ଦାରେ ଲଢ଼ିଲେ ପ୍ରୀତିରଞ୍ଜନ । ଏମିତିକି ନୋମିନେସନ ବେଳେ କାନ୍ଦିଥିଲେ ପ୍ରୀତିରଞ୍ଜନ । ଆଉ ସେହିଦିନୁ ସକ୍ରିୟ ରାଜନୀତି ରୁ ଦୁରେଇ ଯାଇଛନ୍ତି ପ୍ରଫୁଲ । ଏଥିସହ ଅଂହକାରରେ ସରକାର ଭାଙ୍ଗି ଯାଏ ବୋଲି କହି ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ପ୍ରଫୁଲ୍ଲ । ଯାହାର ଜବାବ ରଖିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।


ସେପଟେ ବିଜେଡିର ଘର ଭିତରେ ଷଡଯନ୍ତ୍ର କାରି ଖୋଜା ଖୋଜି ଭିତରେ କେଞ୍ଚ ମାରିଛନ୍ତି ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ପ୍ରଫୁଲ୍ଲ ଘଡାଇ ଯାହା କହିଛନ୍ତି ତାର ଅର୍ଥ ହେଲା ପ୍ରୀତି ଘଡାଇ ଆଉ ସୁକିନ୍ଦା ରେ ଜିତି ପାରିବେନି। ସେଥିପାଇଁ ତାଙ୍କୁ କୋରେଇ ପଠାଇବା କୁ ଯୋଜନା କରୁଛନ୍ତି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଫୁଲ୍ଲଙ୍କ ବୟାନ ପରେ ବିଜେଡି ରେ କିଏ ସେହି ଷଡ଼ଯନ୍ତ୍ର କାରୀ ତାକୁ ନେଇ ଆରମ୍ଭ ହୋଇଛି ବିତର୍କ । ପ୍ରଫୁଲ୍ଲ ଙ୍କ ବିଷୋଦଗାର ଯଦି ସତ ହୋଇଥାଏ ତାହାଲେ ବିଜେଡି ରେ କିଏ ସେ ଷଡଯନ୍ତ୍ର କାରି ? ଖାଲି କୋରେଇ ଓ ସୁକିନ୍ଦା ରେ ନା ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ହୋଇଛି କି ଏମିତି ଷଡଯନ୍ତ୍ର ? ଆଗକୁ ଆଉ କିଏ ମୁଁହ ଖୋଲିବେ ଦେଖିବାକୁ ବାକି ରହିଲା.....

senior-bjd-leader-praffula-ghadei-reaction-over-bjd-dirty-politics | Argus News Odia