|
logo
Live

Argus News - 70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର

Odisha

70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର

Manini Pattanayak
Browse all articles by Manini Pattanayak
·1 year ago·2 min read
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର

ଭୁବନେଶ୍ୱର: ବୃଦ୍ଧାବସ୍ଥାରେ ଆଉ ରହିବନି ରୋଗ ଚିକିତ୍ସାର ଚିନ୍ତା। 70 ବର୍ଷରୁ ଅଧିକ ବୟସ୍କ ଦେଶର ସବୁ ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଦେବେ ବଡ଼ ଉପହାର। ଗରିବ ହୁଅନ୍ତୁ କି ଧନୀ ସମସ୍ତଙ୍କୁ ମିଳିବ 5 ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟବୀମା। ଆସନ୍ତା 29 ତାରିଖରେ ଦେଶବ୍ୟାପୀ ଆୟୁଷ୍ମାନ ଯୋଜନାରେ 70 ବର୍ଷୀୟଙ୍କୁ ସାମିଲର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହା ଛଡ଼ା ସେହିଦିନ ଭୁବନେଶ୍ବର ଉପକଣ୍ଠରେ ହେବାକୁ ଥିବା କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା କେନ୍ଦ୍ରର ମଧ୍ୟ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
 ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ଆଉ ପରିବାର ପାଇଁ ପାଲଟିବନି ବୋଝ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ଯାଉଛନ୍ତି ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ। ଆସନ୍ତା ୨୯ ତାରିଖରୁ ସାରାଦେଶରେ ଏହି ଯୋଜନାର ଶୁଭାରମ୍ଭ କରିବେ ପିଏମ୍। ଓଡ଼ିଶା ବି ଏଥିରେ ହେବାକୁ ଯାଉଛି ସାମିଲ। ଗତ ମାସରେ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନା ଉପରେ ମୋହର ଲଗାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗରିବରୁ ଧନୀ ସମସ୍ତ ୭୦ ପାର ଲୋକଙ୍କୁ ମିଳିବ ଏହି ଯୋଜନାରୁ ଫାଇଦା। ବର୍ଷକୁ ୫ ଲକ୍ଷ ଟଙ୍କାର ମିଳିବ ମାଗଣା ସ୍ବାସ୍ଥ୍ୟ ସେବା। 

 ଏଥିସହ ଅକ୍ଟୋବର ୨୯ରେ ଭିଡିଓ କନଫରେନସ୍ ମାଧ୍ୟମରେ ଖୋର୍ଦ୍ଧା ଚନ୍ଦକା ଥାନା ବିଞ୍ଜଗିରି କେନ୍ଦ୍ରୀୟ ଯୋଗ ଓ ନେଚରପାଥୀ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଗୋଠପାଟଣାରେ ଇଷ୍ଟର୍ଣ୍ଣ ଜୋନ ଡ୍ରଗ୍ସ ଟେଷ୍ଟିଂ ୟୁନିଟ ପ୍ରତିଷ୍ଠା, ଓ ବରଗଡରେ ଏକ କ୍ରିଟିକାଲ କେୟାର ହେଲଥ୍ କେୟାର ୟୁନିଟ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
 ୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିଲେ ମୋଦି ସରକାର। କିନ୍ତୁ କାଳେ ଶ୍ରେୟ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହାକୁ ଲାଗୁକରିବାକୁ ଦେଇନଥିଲେ ନବୀନ ସରକାର। କିନ୍ତୁ ଜୁନ୧୨ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ସହ ଆୟୁଷ୍ମାନ ଭାରତ ଯୋଜନା ପାଇଁ ବାଟ ଫିଟିଥିଲା। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକାଠି କରି ଓଡ଼ିଶାର ପ୍ରାୟ ୧କୋଟି ପରିବାରର ସାଢେ ୩ କୋଟି ହିତାଧିକାରୀଙ୍କୁ ଖୁବଶୀଘ୍ର ଦିଆଯିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ। ଦେଶର ପ୍ରାୟ ୨୭ ହଜାର ହସପିଟାଲରେ ଏହି କାର୍ଡ ଜରିଆରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇବେ ରାଜ୍ୟ ସରକାର। ଏହି ନୂଆ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆଙ୍କୁ ମିଳିବ ବିଶେଷ ଫାଇଦା।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର | Argus News