Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋର୍ଟରେ ହାଜର ହେଲେ ମନୀଷ ଅଗ୍ରଓ୍ୱାଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋର୍ଟରେ ହାଜର ହେଲେ ମନୀଷ ଅଗ୍ରଓ୍ୱାଲ

Key Points

SDJM କୋର୍ଟରେ ହଜାର ହେଲେ ମନୀଷ ଅଗ୍ରୱାଲ

କୋର୍ଟରେ ହାଜର ପରେ ଜାମିନରେ ଗଲେ ମନୀଷ ଅଗ୍ରଓ୍ୱାଲ


ସୁପ୍ରିମକୋର୍ଟଙ୍କ ତାଗିତ ପରେ ମାଲକାନଗିରି SDJM କୋର୍ଟରେ ହଜାର ହେଲେ ବିବାଦୀୟ IAS ଅଫିସର୍ ତଥା ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । କୋର୍ଟରେ ହାଜର ପରେ ଜାମିନରେ ଗଲେ ମନୀଷ ଅଗ୍ରଓ୍ୱାଲ। ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ କୋର୍ଟରେ ହାଜର । ଜାମିନ ବିହୀନ ଗିରଫ ପରୱାନା ଜାରି ସତ୍ତ୍ବେ କୋର୍ଟରେ ହାଜର ନହୋଇ ବାରମ୍ବାର ସମୟ ଗଡାଇ ଚାଲିଥିଲେ । ଶେଷଥର ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ତାଗିଦ ପରେ ଆଜି ମନୀଷଙ୍କ ସମେତ ତାଙ୍କ ୩ ସହଯୋଗୀ ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁ ମାଲକାନଗିରି SDJMରେ ହାଜର ହୋଇଛନ୍ତି । ପୂର୍ବରୁ ଗତ ମେ ୬ ତାରିଖରେ ଜଣେ ସହଯୋଗୀ ଅବସରପ୍ରାପ୍ତ ors ଅଧିକାରୀ ଭଗବାନ ପାଣିଗ୍ରାହୀ କୋର୍ଟରେ ଆତ୍ମସମର୍ପଣ କରିଥିଲେ । 


ପରେ ତାଙ୍କୁ ଜାମିନରେ ଛାଡିଥିଲେ ମାଲକାନଗିରି sdjm । ୨୦୧୯ ଡିସେମ୍ବର ୨୭ ତାରିଖରେ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇ ଥିଲେ ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା । ଦିନକ ପରେ ମାଲକାନଗିରି ଉପଖଣ୍ଡ ସାରିଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତଦେହ ଠାବ ହୋଇଥିଲା । ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ ବନଜା ପଣ୍ଡା । ବନଜା, ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇ କୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
senior-ias-officer-manish-agarwal-was-granted-interim-bail-by-the-supreme-court-on-tuesday | Argus News