Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କାର୍ଯ୍ୟକାଳ।

Odisha

ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କାର୍ଯ୍ୟକାଳ।

Rashmita Mishra
Browse all articles by Rashmita Mishra
·1 year ago·1 min read
ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କାର୍ଯ୍ୟକାଳ।

ଅର୍ଗସ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଏହି ଅଧିକାରୀଙ୍କ କାର୍ଯ୍ୟକାଳ ୬ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତାଙ୍କ କାର୍ଯ୍ୟକାଳ ବଢ଼ାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକଦମ ବିଶ୍ୱସ୍ତ ଅଫିସର ହେଉଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ଜୁଲାଇ ୧ରେ ଓଡିଶାର ପ୍ରଶାସନିକ ମୁଖିଆ ଭାବେ ଦାୟିତ୍ୱ ନେଇଥିଲେ । ହେଲେ, ଡିସେମ୍ୱର ୩୧ରେ ସରୁଛି ମୋନଜ ଆହୁଜାଙ୍କ ୩୪ ବର୍ଷର ଚାକିରୀ କାର୍ଯ୍ୟକାଳ । ପାଓ୍ୱାର କରିଡରର ବିଶ୍ୱସ୍ତ ମହଲରୁ ମିଳିଥିବା ସୂଚନା ଅନୁସାରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ପ୍ରାଥମିକ ପର୍ଯ୍ୟାୟରେ ୬ ମାସ ବୃଦ୍ଧି କରିବେ ମୋହନ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ସବୁ କାରଣ ସୂଚାଉଛି ମନୋଜ ଆହୁଜାଙ୍କ ଉପରେ ମୋହନ ସରକାରଙ୍କ ଅକୁଣ୍ଠ ବିଶ୍ୱାସ ରହିଛି । ଖାଲି ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ନୁହେଁ, ଖୁବଶୀଘ୍ର ଆଇଏଏସ ସ୍ତରରେ ବଡ ପରିବର୍ତନ ହେବାକୁ ଯାଉଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ମୋନଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ମିଳିପାରେ ବୋଲି ପାୱାରକରିଡରରେ ଚର୍ଚ୍ଚା ହେଉଛି।

Sponsored
Senior IAS officer Manoj Ahuja's tenure will be extended. | Argus News