Videos
|
Odisha

Journalist Passes Away / ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ପରଲୋକ, ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା

Bikash Mohanty
Browse all articles by Bikash Mohanty
·1 hour ago·1 min read
ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ପରଲୋକ, ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା
Bibhuti Pati

Key Points

ପରଲୋକରେ ବରିଷ୍ଠ ସାମ୍ବାଦିକ ବିଭୂତି ପତି
ଛାତିରେ ଯନ୍ତ୍ରଣା ହେବାରୁ କଟକ ବଡ଼ ଡାକ୍ତରଖା‌ନାରେ ଭର୍ତ୍ତି କରାଯାଇଥିଲା
ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ
ପରଲୋକରେ ବରିଷ୍ଠ ସାମ୍ବାଦିକ ବିଭୂତି ପତି। ଆଜି ସକା‌ଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖା‌ନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ବିଭୂତି ପତିଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଅଛନ୍ତି। କଟକ ସିଡିଏ ସେକ୍ଟର-୧୦ରେ ସେ ରହୁଥିଲେ। ସେ ପ୍ରିଣ୍ଟ ଓ ଇଲେଟ୍ରୋନିକ୍ସ ଗଣମାଧ୍ୟମରେ କାମ କରିଛନ୍ତି ।

ସେ ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ବାରା ପ୍ରକାଶିତ ଇଂରାଜି ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍‌ ଭଳି ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ। ତାଙ୍କର ଅନେକ ସାକ୍ଷାତକାର ଓ ଫିଚର୍ ପ୍ରଜାତନ୍ତ୍ର ସାପ୍ତାହିକୀ ଓ ‘ରବିବାର’ ସମ୍ବାଦରେ ପ୍ରକାଶିତ ହୋଇଛି। ଏହାଛଡ଼ା ସେ ଅନେକ ଜାତୀୟ ଗଣମାଧ୍ୟମ ସହ ବି ଜଡ଼ିତ ଥିଲେ। 

ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଅକାଳ ବିୟୋଗ ଖବର ଶୁଣି ଶୋକବ୍ୟକ୍ତ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: