Videos
|
Odisha

Odisha News / ଦିଲ୍ଲୀରେ ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ ପାଇଲେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଦିଲ୍ଲୀରେ ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ ପାଇଲେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ
Sangram Sarangi

Key Points

ନୂଆଦିଲ୍ଲୀରେ ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ଇଣ୍ଡିଆନ ଓ ଓଡ଼ିଶା ଜର୍ଣ୍ଣାଲିଜିମ ପୁରସ୍କାର କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛନ୍ତି ସଂଗ୍ରାମ ଷଡ଼ଙ୍ଗୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗଗୁରୁ ବାବା ରାମଦେବ ଅତିଥି ଭାବେ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ଷଡ଼ଙ୍ଗୀଙ୍କୁ ମିଳିଛି ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ । ଶନିବାର ନୂଆଦିଲ୍ଲୀରେ ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ଇଣ୍ଡିଆନ ଓ ଓଡ଼ିଶା ଜର୍ଣ୍ଣାଲିଜିମ ପୁରସ୍କାର କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛନ୍ତି ସଂଗ୍ରାମ ଷଡ଼ଙ୍ଗୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗଗୁରୁ ବାବା ରାମଦେବ ଅତିଥି ଭାବେ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।


ଦିଲ୍ଲୀର ପୁରାତନ ସଂଗଠନ ହେଉଛି ପଲ୍ଲୀବାଣୀ ମିଶନ । ଓଡ଼ିଶାର ଜଣେ ଜଣାଶୁଣା ସାମ୍ବାଦିକ ତଥା ଉପସ୍ଥାପକ ଭାବେ ସଂଗ୍ରାମଙ୍କର ବେଶ ଲୋକପ୍ରିୟତା ରହିଛି । ତାଙ୍କର ନିଜସ୍ୱ କାର୍ଯ୍ୟକ୍ରମ 'ଅର୍ଗସ ପଡ୍‌କାଷ୍ଟ' ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ହେବା ସହ ଏକ ନମ୍ବର ପ୍ରୋଗ୍ରାମ ହୋଇପାରିଛି । ଏହାସହ ଅର୍ଗସ ଡିଜିଟାଲର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ସଂଗ୍ରାମ କେଶରୀ ଷଡ଼ଙ୍ଗୀ ।

ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡର ଅଷ୍ଟମ ସଂସ୍କରଣରେ ଅର୍ଗସ ଡିଜିଟାଲର ସମ୍ପାଦକ ସଂଗ୍ରାମ କେଶରୀ ଷଡ଼ଙ୍ଗୀଙ୍କ ସହ ଆଉ ୨ ଜଣ ଓଡ଼ିଆ ସାମ୍ବାଦିକ ପୁରସ୍କୃତ ହୋଇଛନ୍ତି । ଦ ହିନ୍ଦୁର ସ୍ଵତନ୍ତ୍ର ପ୍ରତିନିଧି ସତ୍ୟ ସୁନ୍ଦର ବାରିକ ଏବଂ ସମ୍ବାଦର ସମ୍ବଲପୁର ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇଙ୍କୁ ମିଳିଛି ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ ।


ସାହିତ୍ୟ, ସଂସ୍କୃତି ଏବଂ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦିଲ୍ଲୀର ପୁରାତନ ସଂଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ଚଳିତ ବର୍ଷ ଇଣ୍ଡିଆନ ଜର୍ଣ୍ଣାଲିଜିମ ଆୱାର୍ଡ ଦେଶର ତିନି ଜଣ ବିଶିଷ୍ଟ ଏବଂ ପ୍ରତିଭାବାନ ସାମ୍ବାଦିକଙ୍କୁ ମିଳିଛି । ଏହି ମର୍ଯ୍ୟଦାଜନକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଆଜତକର କାର୍ଯ୍ୟନିର୍ବାହୀ ସମ୍ପାଦକ ସଞ୍ଜୀବ ପାଲିୱାଲ, ଦୈନିକ ହିନ୍ଦୁସ୍ଥାନ ସମ୍ବାଦପତ୍ରର ପରିଚାଳନା ସମ୍ପାଦକ ପ୍ରତାପ ସୋମବଂଶୀ ଏବଂ ଡିଜିଟାଲ ଗଣମାଧ୍ୟମ ସଂସ୍ଥା, ଲଲନଟପର ପ୍ରତିଷ୍ଠାତା ସମ୍ପାଦକ ସୌରଭ ଦ୍ୱିବେଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sangram Sarangi Honoured with Odisha Journalism Award in New Delhi | Argus News