ଦିଲ୍ଲୀରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ ପାଇବେ ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ

Key Points
ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡର ଅଷ୍ଟମ ସଂସ୍କରଣରେ ପୁରସ୍କୃତ ହେବେ ଅର୍ଗସ ଡିଜିଟାଲର ସଂପାଦକ ସଂଗ୍ରାମ କେଶରୀ ଷଡଙ୍ଗୀ, ଦ ହିନ୍ଦୁର ସ୍ବତନ୍ତ୍ର ପ୍ରତିନିଧି ସତ୍ୟ ସୁନ୍ଦର ବାରିକ ଏବଂ ସମ୍ବାଦ ସମ୍ବଲପୁର ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ।
ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ ପାଇବେ ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ । ଦିଲ୍ଲୀର ପୁରାତନ ସଂଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାର ଜଣେ ଜଣାଶୁଣା ସାମ୍ବାଦିକ ତଥା ଉପସ୍ଥାପକ ଭାବେ ସଂଗ୍ରାମଙ୍କର ବେଶ ଲୋକପ୍ରିୟତା ରହିଛି । ତାଙ୍କର ନିଜସ୍ୱ କାର୍ଯ୍ୟକ୍ରମ 'ଅର୍ଗସ ପଡ୍କାଷ୍ଟ' ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ହେବା ସହ ଏକ ନମ୍ବର ପ୍ରୋଗ୍ରାମ ହୋଇପାରିଛି । ଏହାସହ ଅର୍ଗସ ଡିଜିଟାଲର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ସଂଗ୍ରାମ ।
ସାହିତ୍ୟ, ସଂସ୍କୃତି ଏବଂ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦିଲ୍ଲୀର ପୁରାତନ ସଂଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ଚଳିତ ବର୍ଷ ପ୍ରଦାନ କରାଯାଉଥିବା ଇଣ୍ଡିଆନ ଜର୍ଣ୍ଣାଲିଜିମ ଆୱାର୍ଡ ପାଇବାକୁ ମନୋନିତ ହୋଇଛନ୍ତି ଦେଶର ତିନି ଜଣ ବିଶିଷ୍ଟ ଏବଂ ପ୍ରତିଭାବାନ ସାମ୍ବାଦିକ । ଏହି ମର୍ଯ୍ୟଦାଜନକ ସମ୍ମାନରେ ଅଳଙ୍କୃତ ହେବେ ଆଜତକର କାର୍ଯ୍ୟନିର୍ବାହୀ ସଂପାଦକ ସଂଜୀବ ପାଲିୱାଲ, ଦୈନିକ ହିନ୍ଦୁସ୍ଥାନ ସମ୍ବାଦପତ୍ରର ପରିଚାଳନା ସଂପାଦକ ପ୍ରତାପ ସୋମବଂଶୀ ଏବଂ ଡିଜିଟାଲ ଗଣମାଧ୍ୟମ ସଂସ୍ଥା, ଲଲନଟପର ପ୍ରତିଷ୍ଠାତା ସଂପାଦକ ସୌରଭ ଦ୍ୱିବେଦୀ ।
ସେହିପରି ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡର ଅଷ୍ଟମ ସଂସ୍କରଣରେ ପୁରସ୍କୃତ ହେବେ ଅର୍ଗସ ଡିଜିଟାଲର ସଂପାଦକ ସଂଗ୍ରାମ କେଶରୀ ଷଡଙ୍ଗୀ, ଦ ହିନ୍ଦୁର ସ୍ବତନ୍ତ୍ର ପ୍ରତିନିଧି ସତ୍ୟ ସୁନ୍ଦର ବାରିକ ଏବଂ ସମ୍ବାଦ ସମ୍ବଲପୁର ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ।
📱 Get Argus News App
✨
ସେପ୍ଟେମ୍ବର ୬ ତାରିଖରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରର ସଭାଗାରରେ ହେବାକୁ ଥିବା ଏହି ପୁରସ୍କାର ସମାରୋହରେ ମୁଖ୍ୟ ଅତିଥ୍ୟ ଭାବରେ ଭାରତର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବତନ୍ତ୍ର ଅତିଥି ଭାବେ ପତଞ୍ଜଳି ଆୟୁର୍ବେଦ ଏବଂ ଯୋଗ ପୀଠର ପ୍ରତିଷ୍ଠାତା ସ୍ବାମୀ ରାମଦେବ ଏବଂ ମୁଖ୍ୟ ବକ୍ତା ଭାବେ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଗୃପ ଏଡିଟର ସାନ୍ତନା ଭଟ୍ଟାଚାର୍ଯ୍ୟ ଯୋଗଦେବା ନେଇ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚଂଦ୍ର ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।