ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ

Key Points
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଵୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ରେଡ୍
ଜିଲାନ୍ସକୁ ଦେଖି ଘର ଝରକା ପଟେ 500 ଟଙ୍କିଆ ନୋଟ ବଣ୍ଡଲକୁ ଫିଙ୍ଗିଦେଲେ ବୈକୁଣ୍ଠ
ଭୁବନେଶ୍ୱର PDN ଏକ୍ସଟିକା ଫ୍ଲାଟରୁ 1କୋଟି ଟଙ୍କା ଜବତ କଲା ଭିଜିଲାନ୍ସ
ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଵୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ରେଡ୍ । ଭିଜିଲାନ୍ସକୁ ଦେଖି ଘର ଝରକା ପଟେ 500 ଟଙ୍କିଆ ନୋଟ ବଣ୍ଡଲକୁ ଫିଙ୍ଗିଦେଲେ ବୈକୁଣ୍ଠ । ଭୁବନେଶ୍ୱର PDN ଏକ୍ସଟିକା ଫ୍ଲାଟରୁ 1କୋଟି ଟଙ୍କା ଜବତ କଲା ଭିଜିଲାନ୍ସ । ଅନୁଗୁଳ ଘରୁ ମଧ୍ୟ 1.1କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ । ଯାହାକୁ ଟଙ୍କା ଗଣା ମେସିନରେ ଗଣୁଛି ଭିଜିଲାନ୍ସ । ମୋଟ 2.1କୋଟି ଟଙ୍କା ଜବତ କଲା ଭିଜିଲାନ୍ସ। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ । କାରଡ଼ାଗାଡ଼ିଆ ସ୍ଥିତ ବାସଭବନରେ ଚାଲିଛି ରେଡ୍ । ଚଢାଉରେ ସାମିଲ ଅଛନ୍ତି ୮ଜଣ DSP, ୧୨ ଜଣ ଇନ୍ସ୍ପେକ୍ଟର, ୬ ଜଣ ASI.ଅନୁଗୁଳ, ଭୁବନେଶ୍ୱର ଏବଂ ପିପିଲିରେ ଚାଲିଛି ରେଡ୍ ।
ଅନୁଗୁଳରେ ଦୁଇମହଲା ଘର, ଭୁବନେଶ୍ୱର ଡୁମଡୁମାରେ ଗୋଟିଏ ଫ୍ଲାଟ, ପିପିଲିରେ ଗୋଟିଏ ଫ୍ଲାଟ, ଅନୁଗୁଳରେ ସମ୍ପର୍କୀୟଙ୍କ ଘର, ଅନୁଗୁଳରେ ପୈତୃକ ଘର, ଭୁବନେଶ୍ୱର ଅଫିସ ଚ୍ୟାମ୍ବରରେ ଖୋଳ ତାଡ଼ କରୁଛି ଭିଜିଲାନ୍ସ।