College Ragging / ଡ୍ରଗ୍ସ ନଖାଇବାରୁ ପିଟିଲେ, ଲାଟିନ୍ ପାଣି ପିଆଇଲେ... ଚଟାଣ ଚଟାଇଲେ !

Key Points
ଡ୍ରଗ୍ସ ନଖାଇବାରୁ ଛାତ୍ରଙ୍କୁ ପିଟିଲେ, ଲାଟିନ୍ ପାଣି ପିଆଇଲେ । ଏମିତି କିଛି ଘୃଣ୍ୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ପିପିଲି ଅଞ୍ଚଳରେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ । ଏତେ ନିଷ୍ଠୁର କେମିତି ହୋଇପାରିଲେ ଛାତ୍ରମାନେ, ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଅନ୍ୟପଟେ ଏହି ଘଟଣାରୁ ଜଣାପଡ଼ିଲା, ରାଜ୍ୟର କଲେଜଗୁଡ଼ିକରେ ଏବେ ବି ଚାଲିଛି ରାଗିଂ । ବାରମ୍ବାର ସରକାରଙ୍କ ତାଗିଦ୍ ସତ୍ତ୍ୱେ କଲେଜରେ ହେଉଛି ରାଗିଂ ।
ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏହି ରାଂଗି ଅଭିଯୋଗ ଆସିଛି । ଡ୍ରଗ୍ସ ନଖାଇବାରୁ ଛାତ୍ରଙ୍କୁ ସାଙ୍ଘାତିକ ମାଡ଼ ମାରିଲେ କିଛି ଛାତ୍ର । ନିଶା ନ ଖାଇବାରୁ ପାଇଖାନା ପାଣି ପିଆଇଲେ ସିନିଅର ଓ କ୍ଲାସମେଟ୍ । ଏନେଇ ଛାତ୍ର ଜଣଙ୍କ ପଢୁଥିବା ଅନୁଷ୍ଠାନର କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ କରିଛନ୍ତି।
ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ ସହପାଠୀ ଓ ସିନିୟର। ହେଲେ ଏହାକୁ ବିରୋଧ କରିବାରୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏନେଇ ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ତେବେ ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ ଉପକଣ୍ଠ ପିପିଲି ଥାନା ଅଞ୍ଚଳର ଏକ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ଘଟିଛି । ନିଶା କରିବାକୁ ବାଧ୍ୟ କରିବା ସହ ପାଇଖାନା ଚଟାଣକୁ ଜିଭରେ ଚଟାଯାଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି। ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ମା’ଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି।
ପୀଡ଼ିତ ଛାତ୍ର ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର । ସେ ସେହି କଲେଜର ଦ୍ୱିତୀୟ ବର୍ଷର ଛାତ୍ର । ଗତ ନଭେମ୍ବର ମାସ ୨୪ରେ ଉକ୍ତ ଛାତ୍ର ଜଣକ କଲେଜର ଶ୍ରେଣୀ କକ୍ଷରେ ପାଠ ପଢୁଥିବା ସମୟରେ ତାଙ୍କର ଜଣେ ସହପାଠୀ ଓ ଅନ୍ୟ ଜଣେ ସିନିଅର ଛାତ୍ର ତାଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନର ଦ୍ୱିତୀୟ ମହଲାକୁ ଡାକିନେଇଥିଲେ। ସେଠାରେ ଥିବା ଶୌଚାଳୟ ମଧ୍ୟରେ ତାଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିଥିଲେ। ପାଇଖାନା ପ୍ୟାନ ଭିତରେ ତାଙ୍କ ମୁହଁକୁ ଜୋର ଜବରଦସ୍ତ ଭର୍ତ୍ତି କରାଇ ସେଥିରେ ଥିବା ପାଣି ପିଇବାକୁ ବାଧ୍ୟ କରିଥିଲେ।
ଏଥିସହ ତାଙ୍କ ମୁଁହ, ଛାତି, ବେକ, ପେଟ, ଆଣ୍ଠୁକୁ ମୁଥ ମାରିବା ସହ ସେଠାରେ ତାଙ୍କୁ ଉଲଗ୍ନ କରିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ହାଉସ କିପିଂ ଷ୍ଟାଫ୍ ଆସିଯିବାରୁ ସେମାନେ ଉକ୍ତ ଛାତ୍ରଙ୍କୁ ଛାଡ଼ି ଦେଇଥିଲେ। ପରେ ପ୍ରାୟ ଦୁଇଘଣ୍ଟା କାଳ ଦୁଇଟା ଶୌଚାଳୟ ଭିତରେ ତାଙ୍କୁ ମାଡ ମାରିବା ସହ ପାଇଖାନା ଚଟାଣ ଚଟାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏଥିସହ ଉପରୋକ୍ତ ସିନିଅର ଛାତ୍ର, ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ବାନ୍ଧବୀ ଉକ୍ତ ପୀଡିତ ଛାତ୍ରଙ୍କୁ ଭୋଜି ଖାଇବା ବାହାନାରେ କଲେଜ ବାହାରେ ଥିବା ଏକ ଘରକୁ ଡାକିନେଇ ସେଠାରେ ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରିବା ସହ ୨ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ ।
ପୀଡିତ ଛାତ୍ରଙ୍କୁ ଉକ୍ତ ଘରେ ୨ରୁ ୩ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା। ୨୫ ତାରିଖରେ ଜ୍ୱର ଯୋଗୁଁ ପୀଡିତ ଛାତ୍ରଜଣକ କଲେଜ ଆସି ନଥିଲେ ଓ ୨୬ ତାରିଖରେ କଲେଜକୁ ପାଠ ପଢ଼ିବାକୁ ଆସିଥିଲେ। ସେଦିନ ତାଙ୍କୁ କଲେଜ ମଧ୍ୟରେ ଉକ୍ତ ଆକ୍ରମଣକାରୀ ଛାତ୍ର ଜଣକ ପୁନର୍ବାର ଟଙ୍କା ମାଗିବା ସହ ନାନା ଧମକଚମକ ଦେଇଥିଲେ । 'ତୁ କଲେଜ ଆସି ପାରିବୁନି କିମ୍ବା ଘରେ ରହିପାରିବୁନି' ବୋଲି ଧମକଚମକ ଦେବା ସହ ତାଙ୍କୁ କଲେଜରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ଏଥିରେ ଛାତ୍ର ଜଣକ ପ୍ରବଳ ମାତ୍ରାରେ ଭୟଭୀତ ହୋଇ ସେହିଦିନଠାରୁ କଲେଜ ଯାଇ ନଥିଲେ।
📱 Get Argus News App
✨Related Topics
Explore more stories