Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ମୋ ଛୁଆର ମୃତ୍ୟୁ ପଛରେ ଅରୁଣ ସାହୁ ଓ ବାବୁଲି ନାୟକ ଦାୟୀ'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
'ମୋ ଛୁଆର ମୃତ୍ୟୁ ପଛରେ ଅରୁଣ ସାହୁ ଓ ବାବୁଲି ନାୟକ ଦାୟୀ'

Key Points

  • ମୋ ଛୁଆର ମୃତ୍ୟୁ ପଛରେ ଅରୁଣ ସାହୁ ଓ ବାବୁଲି ନାୟକ ଦାୟୀ
  • ବିନା ଦୋଷରେ ସରୋଜକୁ ବାନ୍ଧିଛି ପୋଲିସ
  • ଛୋଟ ଛୁଆକୁ ବକରା ବନାଇ ଦେଲେ ସରକାର
  • ସାଙ୍ଘାତିକ ବୟାନ ଦେଲେ ପରୀ ମାଆ

ଅର୍ଗସ ବ୍ୟୁରୋ: ପରୀ ମାଆ ଦେଲେ ସାଙ୍ଘାତିକ ବୟାନ । ସିଧାସିଧା କହିଲେ, ଝିଅର ମୃତ୍ୟୁ ପଛରେ ଅରୁଣ ସାହୁ ଓ ବାବୁଲି ନାୟକ ହିଁ ଦାୟୀ । କିନ୍ତୁ ଜାଣିଶୁଣି ନିରୀହ ହରିଜନ ପିଲାକୁ ବାନ୍ଧିଛି ପୋଲିସ । ଶାସକ ଦଳର ବିଧାୟକଙ୍କ ସଂପୃକ୍ତି ଥିବାରୁ ସରକାର ମାମଲା ଚାପୁଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରୀର ମାଆ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର । 

ଦୋଷୀ ଖସିଗଲା, ନିର୍ଦ୍ଦୋଶ ଦଣ୍ଡ ପାଇଲା । ବାରମ୍ବାର ଗୋଟିଏ କଥା କହିବା ପରେ ବି ପରୀ ପରିବାର ଲୋକଙ୍କ କଥା କେହି ଶୁଣିଲେନି । ନାବାଳିକା ହତ୍ୟା ମାମଲାରେ ସରକାରୀ ବାବୁଙ୍କ ସିଧାସଳଖ ସଂପୃକ୍ତି ଥିବାରୁ ମାମଲା ରଫାଦଫା କରିଯାଇଥିବା କୁହାଯାଉଛି । ଏମିତିକି ହତ୍ୟାକାଣ୍ଡରେ ଅରୁଣ ସାହୁ ଓ ବାବୁଲି ନାୟକଙ୍କ ସିଧାସଳଖ ହାତ ଥିବା ନେଇ ଅଭିଯୋଗ ହୋଇଛି । 

ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏହାରି ଭିତରେ ରାୟ ଆସିଛି । ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି କୋର୍ଟ । ୨୦୨୦ ଜୁଲାଇ ୧୪ ତାରିଖରେ ୫ବର୍ଷୀୟ ଝିଅକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ବିଚାର କରି  ଏଇ ରାୟ ଶୁଣାଇଛନ୍ତି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ । କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଓ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଚିଲଡ୍ରେନ୍ସ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୁଦାଲାକୁ ସେକ୍ସନ୍ 6 ପୋକ୍ସୋ ଆକ୍ଟ ଓ ଆଇପିସିର ଧାରା 302, 201, 376, 363ରେ 20 ବର୍ଷ ସଶ୍ରମ କାରାଦାଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି । ସରକାରୀ ପକ୍ଷ ଓକିଲଙ୍କ ସୂଚନା ଅନୁଯାୟୀ, ଦୋଷୀ ନାବାଳକ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ୍ ହେଲା। କିନ୍ତୁ ଏଭଳି ଅପରାଧ ପାଇଁ ସାବାଳକ ହୋଇଥିଲେ ସର୍ବାଧିକ ମୃତ୍ୟୁଦଣ୍ଡର ସମ୍ଭାବନା ଥିଲା। ଏଥିସହ ଦଣ୍ଡାଦେଶ ପରେ ଏବେ ସେ ୨୧ ବର୍ଷ ବୟସ ଯାଏଁ ବାଳ ସୁଧାର ଗୃହରେ ରହିବ ଓ ଏହାପରେ ତାକୁ ଜେଲ୍ ପଠାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ନାବାଳିକାଙ୍କ ମା ଆଦୌ ନ୍ୟାୟ ମିଳିନଥିବା କହିବାସହ ତଦନ୍ତ ପ୍ରକ୍ରିୟା ଉପରେ ତୀବ୍ର ଅସନ୍ତୋଷ ଝାଡ଼ି, ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ କହିବାକୁ ବି ପଛାଇନାହାନ୍ତି । ଏପରିକି ପୂର୍ବରୁ କରିଥିବା ଅଭିଯୋଗରେ କାୟମ ରହି ବାବୁଲି ନାୟକ ମୋ ଛୁଆକୁ ମାରିଛି, ଏଥିରେ ଅରୁଣ ସାହୁଙ୍କ ହାତ ଅଛି ବୋଲି କହିବା ସହ ଧର୍ମ ଉପରେ ସବୁ ଛାଡ଼ି ଦେଇଛନ୍ତି ।

ମୋଟ୍‌ ଉପରେ, ଘର ଅଗଣାରେ ଖେଳୁଥିବା ବେଳେ ୨୦୨୦ ଜୁଲାଇ ୧୪ ତାରିଖରେ ହଠାତ୍ କୁଆଡ଼େ ନିଖୋଜ ହୋଇଯାଇଥିଲା ପରୀ । ତେବେ ପୋଲିସ ଅନୁସନ୍ଧାନରୁ ରହସ୍ୟଜନକ ଭାବେ ଘର ପାଖ ପୋଖରୀ କୂଳରୁ ଅଖାରେ ବନ୍ଧା ହେବା ଅବସ୍ଥାରେ କିଛି ଦେହାବଶେଷ ମିଳିଥିଲା । ଯାହାକୁ ପୋଲିସ ସଂପୃକ୍ତ ନାବାଳିକାର ଦର୍ଶାଇ ତଦନ୍ତ ଆଗକୁ ବଢ଼ାଇଥିଲା । ହେଲେ ତଦନ୍ତରେ ଅସନ୍ତୁଷ୍ଟ ବାପା-ମାଆ ଯେତେବେଳେ ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ କଲେ, ସେତେବେଳେ ସାରା ରାଜ୍ୟରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ହେଲେ ତଦନ୍ତକାରୀ ଅଧିକାରୀ ଅରୁଣ ସାହୁ ସରୋଜ ହିଁ ଦୋଷୀ ବୋଲି କହିବା ସହିତ ମାମଲାର ଚାର୍ଜସିଟ୍‌ କରିଥିଲେ ...ଆଉ ଏବେ ତାହାର ରାୟ ଆସିଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି ପରୀର ମାଆ ।

Sponsored
Pari Rape and Murder Case | Argus News