Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଣପୁରରେ ସିରିଜ ଚୋରି: ସିସିଟିଭିରେ ଚୋରିର ଲାଇଭ୍ ଦୃଶ୍ୟ

Rashmita Mishra
Browse all articles by Rashmita Mishra
·11 months ago·1 min read
ରଣପୁରରେ ସିରିଜ ଚୋରି: ସିସିଟିଭିରେ ଚୋରିର ଲାଇଭ୍ ଦୃଶ୍ୟ

Key Points

ନୟାଗଡ ଜିଲ୍ଲା ରଣପୁରରେ ସିରିଜ ଚୋରି
ହଟାସାହିରେ ପେଟ୍ରୋଲ୍ ପମ୍ପ ଅଫିସ୍ ତାଲା ତାଡି ଲକ୍ଷାଧିକ ଟଙ୍କା ଚୋରି
ମୁଣ୍ଡରେ କପଡା ଗୁଡାଇ ଚୋରି, ହାର୍ଡଡିସ୍କ ତାଡି ନେଇଗଲା ଚୋର

ସିସିଟିଭିରେ ଚୋରିର ଲାଇଭ୍ ଦୃଶ୍ୟ । ଚୋର ମୁଣ୍ଡରେ କପଡା ଗୁଡାଇ ଚୋରି କରୁଛନ୍ତି । ସାଙ୍ଗରେ ନେଇଛନ୍ତି ଲମ୍ବା ଛୁରି । ଛୁରିରେ ଡ୍ରର ଲକକୁ କାଟୁଛନ୍ତି । ଡ୍ର ରୁ ଟଙ୍କା କାଢୁଛନ୍ତି । ଏକ କପଡା ଉପରେ ରଖୁଛନ୍ତି । ହେଲେ ଚୋର ଜାଣିନି ସିସିଟିଭି ସବୁ ଦେଖୁଛି ବୋଲି । ପୁରା ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ନୟାଗଡ ଜିଲ୍ଲା ରଣପୁରରେ ସିରିଜ ଚୋରି କରିଛନ୍ତି ଏହି ଚୋର ଜଣଙ୍କ । ଗତକାଲି ବିଳମ୍ବିତ ରାତିରେ ୨ଟି ଜାଗାରୁ ଚୋରି ହୋଇଥିବାଜଣା ପଡିଛି l ହଟାସାହି ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ଅଫିସ ତାଲା ଭାଙ୍ଗି ନଗତ ୯୦ହଜାର ଟଙ୍କା, ହାର୍ଡଡିସ୍କ, ସିମ ଚୋରି ହୋଇଛି । ସେହିପରି ପ୍ରଶାନ୍ତ ହୋଟେଲ ରୁ ନଗଦ ୫୦ହଜାର ଟଙ୍କା ସହ ୪ଟି ମୋବାଇଲ ଫୋନ ଚୋରିହୋଇଥିବା ରଣପୁର ଥାନାରେ ଅଭିଯୋଗ ହୋଇଛି l ଘଟଣା ସ୍ଥଳରେ ରଣପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
serial-theft-in-ranpur-live-footage-of-theft-on-cctv | Argus News