|
logo
Live
Argus News App
GET APP

Argus News - 'ମୋ ବସ୍‌'କୁ ପଛରୁ ପିଟିଲା 'ମୋ ବସ୍‌' ଓ କାର୍‍, ଏକାଧିକ ଆହତ

Odisha

'ମୋ ବସ୍‌'କୁ ପଛରୁ ପିଟିଲା 'ମୋ ବସ୍‌' ଓ କାର୍‍, ଏକାଧିକ ଆହତ

Sushanta Sahoo
Browse all articles by Sushanta Sahoo
·1 year ago·1 min read
'ମୋ ବସ୍‌'କୁ ପଛରୁ ପିଟିଲା 'ମୋ ବସ୍‌' ଓ କାର୍‍, ଏକାଧିକ ଆହତ

Key Points

ଭୁବନେଶ୍ଵରରେ ପୁଣି ସିରିଜ୍ ଦୁର୍ଘଟଣା

'ମୋ ବସ୍‌'କୁ ପଛରୁ ପିଟିଲା 'ମୋ ବସ୍‌'

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ପୁଣି ସିରିଜ୍ ଦୁର୍ଘଟଣା । 'ମୋ ବସ୍' ଓଭରଟେକିଂ ବେଳେ ପିଟି ହେଲା ୪ରୁ ଅଧିକ ଗାଡ଼ି । ସିରିଜ୍ ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।


ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ଏହି ସିରିଜ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ବିଏମସି ପିଆରଓଙ୍କ ସହ କିଛି ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ମେଡିକାଲ୍ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକୁ ତଦନ୍ତ ପାଇଁ ଥାନାକୁ ନେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏକ ଏସି 'ମୋ ବସ୍'କୁ ଆଉ ଏକ ନନ୍‌ ଏସି 'ମୋ ବସ୍' ପଛରୁ ଧକ୍କା ଦେଇଥିଲା । ଫଳରେ ନନ୍‌ ଏସି 'ମୋ ବସ୍'ର ସମ୍ମୁଖ ଭାଙ୍ଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ତଳେ ପଡ଼ିଥିଲା । ନନ୍‌ ଏସି 'ମୋ ବସ୍' ପଛରୁ ଆସୁଥିବା ଆଉ ୨ଟି କାର୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ରାଜମହଲ-ମାଷ୍ଟରକ୍ୟାଣ୍ଟିନ ରାସ୍ତାରେ ଟ୍ରାଫିକ୍ ଜାମ ହୋଇଥିଲା ।

Sponsored
'ମୋ ବସ୍‌'କୁ ପଛରୁ ପିଟିଲା 'ମୋ ବସ୍‌' ଓ କାର୍‍, ଏକାଧିକ ଆହତ | Argus News