Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ଟି ମନ୍ଦିରରୁ ତାଲା ଭାଙ୍ଗି ସିରିଜ୍ ଲୁଟ୍

Rashmita Mishra
Browse all articles by Rashmita Mishra
·1 year ago·1 min read
୪ଟି ମନ୍ଦିରରୁ ତାଲା ଭାଙ୍ଗି ସିରିଜ୍ ଲୁଟ୍

ଅର୍ଗସ ବ୍ୟୁରୋ: ୪ଟି ମନ୍ଦିରରୁ ତାଲା ଭାଙ୍ଗି ସିରିଜ୍ ଲୁଟ୍ । ଭଦ୍ରକ ପୌରପାଳିକାର ୨୮ନଂ ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରରୁ ଵହୁ ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୂପାର ମୁକୁଟ ସହ ହାର ଓ ଅନ୍ୟାନ୍ୟ ଅଳଙ୍କାର, ଶିବ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ସହ ପିତଳ ଵାସନ ଓ ଅନ୍ୟାନ୍ୟ ସାମଗ୍ରୀ, ରାଧାକୃଷ୍ଣ ମନ୍ଦିରର ତାଲା ଭାଙ୍ଗି ରୂପାର ମୁକୁଟ, ରୂପାର ହାର ସହ ଅନ୍ୟାନ୍ୟ ଅଳଙ୍କାର, ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ଵାକ୍ସ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଗ୍ରାମବାସୀ ସକାଳେ ମନ୍ଦିରରୁ ଚୋରି ହୋଇଥିବା ଦେଖି ପୁରୁଣା ଵଜାର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁରୁଣା ବଜାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Series of looters break locks from 4 temples | Argus News