Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BMC ଡେପୁଟି କମିଶନରଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
BMC ଡେପୁଟି କମିଶନରଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ !

Key Points

BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ସ୍ୱଚ୍ଛ ସାଥୀ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି, ଯେଉଁ ଘଟଣା ଘଟିଛି ତାହା ଦୁଃଖଦାୟକ, ମୁଁ ଏହାକୁ ନିନ୍ଦା କରୁଛି ।

ସରକାର ବଦଳିଛି ହେଲେ ବଦଳିନି ବାବୁଙ୍କ ବିଜେଡି ପ୍ରୀତି ।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କ ତ୍ଵରିତ କାର୍ଯ୍ୟାନୁଷ୍ଠାନ । ଏଯାଏଁ ୪ ଜଣଙ୍କୁ ବାନ୍ଧି ସାରିଲାଣି ପୋଲିସ । ୫ ବିଜେପି କର୍ମୀଙ୍କୁ ନିଲମ୍ବନ କରିଛି ଦଳ । ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ । ଅତିରିକ୍ତ କମିଶନରଙ୍କ ନାଁରେ ସ୍ଵଛ ସାଥି ଆଣିଲେ ସାଂଘାତିକ ଅଭିଯୋଗ । ଚାକିରି ନେବାକୁ ଧମକ ଦେଉଥିଲେ ସରକାରୀ ବାବୁ ।

ଜୁନ ୩୦ ତାରିଖରେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୫ ବିଜେପି କର୍ମୀଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ୫ ଜଣଙ୍କୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ...


୧. କର୍ପୋରେଟର ଅପରୂପ ନାରାୟଣ ରାଉତ
୨. ରଶ୍ମି ରଞ୍ଜନ ମହାପାତ୍ର
୩. ଦେବାଶିଷ ପ୍ରଧାନ
୪. ସଚିକାନ୍ତ ସ୍ୱାଇଁ
୫. ସଂଜୀବ ମିଶ୍ର

ଅନ୍ୟପଟେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ସ୍ବଚ୍ଛ ସାଥୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ କହିଛନ୍ତି, ଅତିରିକ୍ତ କମିଶନର ମୋତେ ଅଯଥା ଗାଳିଗୁଲଜ କରିବା ସହ ମୋ ନାମରେ କାମ ନକରିବା, ଲାଞ୍ଚ ନେବା ଭଳି ମିଛ ଅଭିଯୋଗ କଲେ । ଚାକିରି ନେଇଯିବେ ବୋଲି ଖୋଲାଖୋଲି ଧମକ ଦେଲେ । କର୍ପୋରେଟରଙ୍କ ସ୍ଵାମୀଙ୍କ ସହ ସାଲିସ କରି କାମ କରିବାକୁ ମୋତେ ଜବରଦସ୍ତ କରିଥିବା ଅଭିଯୋଗ କରିଛନ୍ତି ମହିଳା । ମୁଁ ଏବାବଦରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜଣାଇଥିଲି । ଜଗା ଭାଇ ଫୋନ୍‌ କରିବାରୁ ରତ୍ନାକର ସାର୍‌ ତାଙ୍କୁ ବ୍ୟବହାର ଖରାପ କଲେ । ଆଉ ଏହି ଘଟଣାରୁ ହିଁ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ ।

ତେବେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି, ଯେଉଁ ଘଟଣା ଘଟିଛି ତାହା ଦୁଃଖଦାୟକ, ମୁଁ ଏହାକୁ ନିନ୍ଦା କରୁଛି ।

ଅନ୍ୟପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ନିନ୍ଦା କରିଛି । ଖାଲି ଗିରଫ କରିଦେଲେ ହେବନି ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ।

ବିଏମସି କମିଶନର କହିଛନ୍ତି, ସେହି ଯାଗାରେ ସିସିଟିଭି ଯଦି ଅଚଳ ଥିଲା, କଣ ପାଇଁ ଅଚଳ ଥିଲା । ଅନ୍ୟପଟେ ଓଏସ ଆସୋସିଏସନ ବିଏମସି କମିଶନର ଓ ରତ୍ନାକର ସାହୁଙ୍କ ସହ ଆଲୋଚନା କରିଛନ୍ତି । ସଂଘ କହିଛି, କଡ଼ା ଆକ୍ସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି, ଯେଉଁମାନେ ଦୋଷୀ ସେମାନେଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସରକାର ବଦଳିଛି ହେଲେ ବଦଳିନି ବାବୁଙ୍କ ବିଜେଡି ପ୍ରୀତି । ଏବେ ବି ଅନେକ ଅଧିକାରୀ, ଜନସାଧାରଣ ଓ ଜନପ୍ରତିନିଧି ମାନଙ୍କୁ ସଠିକ୍ ବ୍ୟବହାର କରୁନଥିବା ଅଭିଯୋଗମାନ ଆସୁଛି । କିଛି ଦିନ ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଏଏସ ସମ୍ମିଳନୀରେ ଚେତାଇ ଥିଲେ ମଧ୍ୟ ଏହାକୁ ମାନୁ ନାହାଁନ୍ତି କିଛି ବାବୁ । ଗତକାଲି ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Serious Allegation Against BMC Deputy Commissioner! | Argus News