Videos
|
Odisha

ଭୋକ ମେଣ୍ଟାଉଛି ଆମ୍ବ ଟାକୁଆ  

Manini Pattanayak
Browse all articles by Manini Pattanayak
·2 years ago·2 min read
ଭୋକ ମେଣ୍ଟାଉଛି ଆମ୍ବ ଟାକୁଆ  

ନବରଙ୍ଗପୁର: ସତୁରି ବର୍ଷୀୟ  ବୃଦ୍ଧାଙ୍କ ଭୋକ ମେଣ୍ଟାଉଛି ଆମ୍ବ ଟାକୁଆ। ଜରିପାଲ ଟଣା ମାଟି କୁଡିଆରେ ଚର୍ମ ଧୁଡୁ ଧୁଡୁ ହୋଇଯାଇଥିବା ଜୟମତି ଗୌଡ଼ଙ୍କ ଦୁଃଖ କହିଲେ ନସରେ। ତାଙ୍କୁ ନା ମିଳୁଛି  ରାସନ ନା ମିଳୁଛି ପେନସନ । ଏଭଳିକି ଆବାସ ଯୋଜନାରେ ମଧ୍ୟ ମିଳିପାରିନି ଖଣ୍ଡିଏ ଘର। ଭୋକ ଲାଗିଲେ ଆମ୍ବ ଟାକୁଆକୁଆକୁ ଖାଇ ଭୋକ ମେଣ୍ଟାଇଥାନ୍ତି । ଝରୀଗାଁ ବ୍ଲକ  ବଡ ଟେମେରା ଗ୍ରାମପଂଚାୟତ ଅନ୍ତର୍ଗତ ସାନ ଟେମେରା ଗ୍ରାମରେ ରହୁଛନ୍ତି  ବୃଦ୍ଧା ଜୟମତି ଗୌଡ଼।  ଶରୀରରେ ଶ୍ରମ କରିବା ଲାଗି ଶକ୍ତି ନାହିଁ କି ସାହସ ନାହିଁ, ପାହୁଣ୍ଡେ ଚାଲିଲେ ଥକି ପଡୁଛନ୍ତି। ଆଖିକୁ ଭଲଭାବେ ଦେଖାଯାଉନି ଏଭଳି ସ୍ଥିତିରେ ଏବେ ଅସହାୟ ଜୟମତି ବାରଦୁଆରେ ଯାଇ ପେଟ ଚାଖଣ୍ଡକ ପାଇଁ ଝାଡୁ ମାରୁଛନ୍ତି। ଝାଡୁ ମାରିଲେ କିଏ କେବେ ମୁଠାଏ ଖାଇବାକୁ ଦିଅନ୍ତି.. ନହେଲେ ଉପବାସ। ବୃଦ୍ଧା ଜଣକର ଏଭଳି ପରିସ୍ଥିତି ଦେଖି କିଏ କେବେ ତୋରାଣି ମୁନ୍ଦାଏ ଦେଲେ ସେଥିରେ ପେଟ ପୁରିଥାଏ। ଜୟମତି ଙ୍କ ସାହାରା ବୋଲି କେହି ହେଲେ ନାହାନ୍ତି। ଏକୁଟିଆ ଜାରିପାଲ ଟଣା କୁଡ଼ିଆ ତାର ମୁଣ୍ଡ ଗୁଞ୍ଜିବା ଲାଗି ଏକ ମାତ୍ର ସାହା ଭରସା।

କୁଡ଼ିଆ ଭିତର ସମ୍ପତ୍ତି କହିଲେ ଅନାବନା କେଇ ଖଣ୍ଡ ଜରି ବ୍ୟାଗ ଛଡା କିଛି ସଂଗ୍ରହ କରି ରଖିଥିବା ଆମ୍ବ ଟାକୁଆ ଏବଂ ମାଣ୍ଡିଆ ଚୁନା । ତା ଛଡା ଘରେ ମୁଠାଏ ହେଲେ ଚାଉଳ ନାହିଁ।  ଆମ୍ବ ଟାକୁଆ  ବୃଦ୍ଧାଙ୍କ ମୁଖ୍ୟ ଆହାର ପାଲଟିଛି। କିଛି ଆମ୍ବ ଟାକୁଆକୁ ସଂଗ୍ରହ କରି ପାଣିରେ ଶିଝେଇ ତାକୁ ମାଣ୍ଡିଆ ଚୁନା ସହିତ ରୋଷେଇ କରି ଜୀବନ ବିତାଉଛି ବୃଦ୍ଧା ଜୟମତି।  ଜୟମତି  ଭତ୍ତା ରୁ ମଧ୍ୟ ବଞ୍ଚିତ । ଏବେ ଏକ ଜରିପାଲ ଟଣା କୁଡ଼ିଆ ଭିତରେ ବର୍ଷା କାକର ଶୀତ ତାର ଜୀବନ ବିତୁଛି।

କହିବାକୁ ଗଲେ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧୁଶିତ ଅଞ୍ଚଳ ହୋଇଥିବା ବେଳେ ଏ ଅଞ୍ଚଳରେ ଅନେକ ଦିନ ମଜୁରିଆ ଗରିବ ପରିବାର ରହିଆସୁଛନ୍ତି, ପଚିଶି ବର୍ଷ ଧରି ଅହରହ ରାଜୁତି କରି ଆସୁଥିଲା ବିଜେଡି ସରକାର ହେଲେ ବିକାଶ କେତେ ହୋଇଛି ତାର ଏ ହେଉଛି ଏକ ଜ୍ୱଳନ୍ତ ଉଦାହରଣ, ଏଠି ଆବାସ କଳେଙ୍କାରୀ ଠାରୁ ସାଧାରଣ ବଣ୍ଟନ ବ୍ୟବସ୍ଥା କୁହନ୍ତୁ କି ଭତ୍ତା କଥା ସବୁ କେବଳ ନାମକୁ ମାତ୍ର ଏପଟେ ଚାଉଳ ନ ପାଇ ଆମ୍ବ ଟାକୁଆ ଖାଇ ବୃଦ୍ଧାଙ୍କ ଜୀବନ ବିତୁଥିବା ସରକାର ର ବିକାଶକୁ ପଦାରେ ପକେଇଛି । ଏହି ଗ୍ରାମପଂଚାୟତ ରେ ଅନେକ ହିତାଧିକାରୀ ନିଜ ନିଜ ହକ ରୁ ବଞ୍ଚିତ ରହିଥିବା ବେଳେ ଲୋକଙ୍କ ଗୁହାରି ଶୁଣିବାକୁ ଏଠି ପ୍ରାୟ ଦିନ କାର୍ଯ୍ୟାଳୟରେ ତାଲା ପଡ଼ି ରହୁଥିବା ମଧ୍ୟ ଲୋକେ କୁହନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଦେଖନ୍ତୁ : 
 

Seventy year old woman struggle life in Nabarangapur | Argus News