Videos
|
Odisha

ଭଦ୍ରକ ଧାମନଗର ବ୍ଲକର ଏକାଧିକ ପଞ୍ଚାୟତ ଏବେ ବି ଜଳବନ୍ଦୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭଦ୍ରକ ଧାମନଗର ବ୍ଲକର ଏକାଧିକ ପଞ୍ଚାୟତ ଏବେ ବି ଜଳବନ୍ଦୀ

Key Points

ବନ୍ୟା ଛାଡ଼ିଛି, ଦୁର୍ଦ୍ଦଶା ବଢିଛି
ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ବନ୍ୟା ବିପତ୍ତି
ଭଦ୍ରକ ଧାମନଗର ବ୍ଲକର ଏକାଧିକ ପଞ୍ଚାୟତ ଏବେ ବି ଜଳବନ୍ଦୀ
ଶହ ଶହ ହେକ୍ଟର ଚାଷ ଜମିରେ ଧାନ ଫସଲ କ୍ଷତିଗ୍ରସ୍ତ

ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ବନ୍ୟା ବିପତ୍ତି । ଭଦ୍ରକ ଧାମନଗର ବ୍ଲକର ଏକାଧିକ ପଞ୍ଚାୟତ ଏବେ ବି ଜଳବନ୍ଦୀ । ଶହ ଶହ ହେକ୍ଟର ଚାଷ ଜମିରେ ଧାନ ଫସଲ କ୍ଷତିଗ୍ରସ୍ତ । ସୁବର୍ଣ୍ଣରେଖା ଓ ଜଳକା ବନ୍ୟାରେ ବାଲେଶ୍ବର, ବସ୍ତା, ବାଲିଆପାଳ, ଭୋଗରାଇ ବ୍ଲକର ଶତାଧିକ ଗାଁ ପ୍ରଭାବିତ । ଯାଜପୁର ଦଶରଥପୁରରେ ବି ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି ।ନଦୀରେ ପାଣି କମୁଛି ସତ, ହେଲେ ଏବେ ବି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ବୈତରଣୀ ନଦୀରେ ଆସିଥିବା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତ ।


ବନ୍ୟାଜଳ କମି ଯାଇଥିବାରୁ ଲୋକେ ଘରୁ ବାହାରିଛନ୍ତି । ଧୂଷୁରୀ- ହସନାବାଦ ମୁଖ୍ୟ ରାସ୍ତାର ପଞ୍ଚାୟତ ଅଫିସ ନିକଟରେ ବନ୍ୟା ପାଣି ପ୍ରବାହିତ ହେଉଛି । ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡିଯାଇ ଧାନ ତଳି ଓ ରୁଆ ନଷ୍ଟ କରିଦେଇଛି । ପରିବା ଚାଷ ବି ନଷ୍ଟ ହୋଇଛି । ଗୋରୁ, ଗାଈ ମାନେ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

several-panchayats-of-bhadrak-dhamnagar-block-still-facing-waterlogging | Argus News