Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather News / ସକାଳୁ ଦିଶୁନାହାନ୍ତି ସୂର୍ଯ୍ୟ‍, ୧୧ଟା ସୁଦ୍ଧା ଖରା ବି ପଡ଼ୁନି

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ସକାଳୁ ଦିଶୁନାହାନ୍ତି ସୂର୍ଯ୍ୟ‍, ୧୧ଟା ସୁଦ୍ଧା ଖରା ବି ପଡ଼ୁନି
Cold Wave

Key Points

ଭୋର ସକାଳୁ ୪/୫ ମିଟର ରାସ୍ତା ଦୃଶ୍ୟ ହେଉଥିବା ଯୋଗୁଁଗାଡିମଟର ଚଳାଚଳରେ ଘୋର ସମାସ୍ୟା ସୃଷ୍ଟି ହୋଇଛି ।

ମୟୂରଭଞ୍ଜ ଜିଲ୍ଲାରେ ଚାରିଆଡେ କୋହଲା ପାଗ, ରାସ୍ତା ଘାଟରେ ବାଟ ଓଗାଳୁଛି କୁହୁଡିର ଆସ୍ତରଣ । ଦିନ ୧୧ଟା ଯାଏ ସୂର୍ଯ୍ୟ କିରଣ ପଡୁନି ଧରାପୃଷ୍ଠରେ । ମଝିରେ ମଝିରେ ଉତ୍ତରା ପବନରେ ଦେହହାତ କାଲୁଆ ମାରୁଛି । ଆଜକୁ ୪ଦିନ ହେଲାଣି ପୁରା ମୟୂରଭଞ୍ଜ ଜିଲ୍ଲାର ହାଲ୍ ବେହାଲ୍ ହେଲାଣି । ଭୋର ସକାଳୁ ୪/୫ ମିଟର ରାସ୍ତା ଦୃଶ୍ୟ ହେଉଥିବା ଯୋଗୁଁଗାଡିମଟର ଚଳାଚଳରେ ଘୋର ସମାସ୍ୟା ସୃଷ୍ଟି ହୋଇଛି ।

ଲୋକେ ଗାଡିର ଲାଇଟ୍ ଲଗାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ଓ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳରେ ସମସ୍ୟା ଦେଖା ଦେଇଦେଇଛି । ଘନ କୁହୁଡି ଯୋଗୁଁ ସକାଳୁ ସକାଳୁ ଲୋକେ ଘରୁ ବାହାରିବା ଖାସ୍‌ କରି ପିଲାମାନେ ସ୍କୁଲ ଯିବା କଷ୍ଟକର ହୋଇପଡ଼ିଛି । ସକାଳୁ ସକାଳୁ ଚଲଚଞ୍ଚଳ ହୋଇ ପଡୁଥିବା ବଜାର ଘାଟ ଶୂନ ଶାନ୍ ହୋଇପଡିଛି ।

ଶିମିଳିପାଳର ଉପରବାରାହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଛି । ଆହୁରି ୭ଦିନ ଧରି ଏପରି ପାଗ ରହିବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନ୍ୟପଟେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହୁଡି ସମୟରେ ଗାଡି ଚଳାଇବାକୁ ବାରଣ କରାଯାଇଛି, ନିହାତି ଆବଶ୍ୟକ ସ୍ଥଳେ ସାବଧାନତାର ସହ ଯିବା ଆସିବା କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଭାରତୀୟ ପାଣିପାଗ ବିଭାଗର କୁହୁଡ଼ି ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ସତର୍କତାମୂଳକ ପଦକ୍ଷେପ ନେଇଛି । ବିଭାଗ ଘନ କହୁଡ଼ି ପାଇଁ ରାଜ୍ୟର ୬ ଜିଲ୍ଲାର ଆରଟିଓଙ୍କୁ ମାର୍ଗଦର୍ଶିକା ଜାରି କରିଛି । ଏହି ୬ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ।

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଜାରି ମାର୍ଗଦର୍ଶିକା ଅନୁସାରେ, ଘନ କୁହୁଡ଼ି ପାଇଁ ଏହି ୬ ଜିଲ୍ଲାର ଆରଟିଓମାନଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍ ଏହି ୬ ଜିଲ୍ଲାରେ ସଚେତନତା ଓ ଚେକିଂ କଡ଼ା କଡ଼ି କରାଯିବ। ବାଣିଜ୍ୟିକ ଯାନରେ ହେଡ୍ ଲାଇଟ୍, ବ୍ରେକ୍ ଲାଇଟ୍, ରିଫ୍ଲେକ୍ଟର ବ୍ୟବହାର କରନ୍ତୁ, ଭୋର ସମୟରେ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ, ଅଭିଜ୍ଞ ଚାଳକଙ୍କୁ ନିଯୁକ୍ତ କରନ୍ତୁ ବୋଲି ମଧ୍ୟ ମାର୍ଗଦର୍ଶିକାରେ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Weather News | Severe cold in Mayurbhanj district, difficult to leave home | Argus News