Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cold Wave / ପ୍ରବଳ ଶୀତ ! ଆହୁରି ଥରିବ ଓଡ଼ିଶା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ପ୍ରବଳ ଶୀତ ! ଆହୁରି ଥରିବ ଓଡ଼ିଶା
Cold Wave

Key Points

ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି।
ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାରଦ ତଳମୁହାଁ ଯୋଗୁଁ ପ୍ରବଳ ଜାଡ଼ ହେଉଛି। ୧୦ ଡିଗ୍ରୀ ତଳେ ୧୦ ସହର ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୭ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅର୍ଥାତ ୭ ଦିନ ପ୍ରବଳ ଥଣ୍ଡା ଲାଗି ରହିବ। ସେହିପରି ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି।

ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ ସର୍ବନିମ୍ନ ୪.୩ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେହିପରି ସେମିଳିଗୁଡାରେ ୪.୫ ଡିଗ୍ରୀ, ଫୁଲବାଣୀ ୬.୫, କୋରାପୁଟ ୬.୭, ଦାରିଙ୍ଗବାଡି ୭, ଚିପିଲିମା ୭.୫, ଝାରସୁଗୁଡା ୮.୨, ଅନୁଗୋଳରେ ୯, ବୌଦ୍ଧ ୯.୪ ଏବଂ ରାଉରକେଲାରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆସନ୍ତା ଦୁଇଦିନ ଅର୍ଥାତ୍‌ ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ କନ୍ଧମାଳ ଜିଲାରେ ପ୍ରବଳ ଥଣ୍ଡା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, କୋରାପୁଟ, କନ୍ଧମାଳ ଏବଂ କଳାହାଣ୍ଡି ଜିଲାରେ ଘନ କୁହୁଡି ନେଇ ସତର୍କ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Wave | Severe cold! More panic in Odisha | Argus News