Videos
|
Odisha

ଆସନ୍ତା ୧୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ

Ritu Das
Browse all articles by Ritu Das
·1 year ago
ଆସନ୍ତା ୧୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ

ଜଳୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣରୁ ଉପକୂଳ, ସବୁଠି ଅସମ୍ଭାଳ ତାତି । ଏବେଠୁ ଘରୁ ବାହାରିବା ମୁସ୍କିଲ । ଆଗାମୀ ୪ ଦିନ ପାଇଁ ସିଭିୟର ହିଟ୍ ୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୮ ତାରିଖ ଯାଏ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ।


ଆସନ୍ତା ୨୪ ଘଣ୍ଟାରେ ସିଭିୟର ହିଟ୍‌ ୱେଭକୁ ନେଇ ୩ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୭ ଜିଲ୍ଲା- ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ସୋନପୁର, କଳାହାଣ୍ଡି ଓ ଗଜପତିକୁ ପ୍ରବଳ ଖରାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
severe-heat-wave-in-the-state-till-the-18th | Argus News