Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଧପନ୍ତରିଆ ଅବସ୍ଥାରେ ସିଲେଇସିଙ୍ଗି ଲାଇଡା ସେତୁ

Odisha

ଅଧପନ୍ତରିଆ ଅବସ୍ଥାରେ ସିଲେଇସିଙ୍ଗି ଲାଇଡା ସେତୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅଧପନ୍ତରିଆ ଅବସ୍ଥାରେ ସିଲେଇସିଙ୍ଗି ଲାଇଡା ସେତୁ

Key Points

ସରିଲାନି ଡେଡଲାଇନ୍, ହେଲେ ସରୁନି କାମ
ଅଧପନ୍ତରିଆ ଅବସ୍ଥାରେ ସିଲେଇସିଙ୍ଗି ଲାଇଡା ସେତୁ
ବିଳମ୍ବିତ ଓ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ
ଯାତାୟତ ସମସ୍ୟା ଭୋଗୁଛନ୍ତି 12 ଆଦିବାସୀ ଗାଁ

ଅର୍ଗସ ବ୍ୟୁରୋ: ବର୍ଷ ପରେ ବର୍ଷ ଗଡୁଛି । ମାତ୍ର ଆଶା ପୂରଣ ହେଉନି । ସରିବାର ନାଁ ଧରୁନି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଚାଲୁଣିଆ ନାଳ ଉପରେ ନିର୍ମାଣଧୀନ ସିଲେଇସିଙ୍ଗି ଲାଇଡା ସେତୁ କାମ । ପୂର୍ବ ସରକାରବେଳେ 2023 ମସିହାରେ 5 ଲକ୍ଷ 22 ହଜାର 535 ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରିବା ଦାୟିତ୍ବ ଦିଆଯାଇଥିଲା। 2024 ସେତୁ ନିର୍ମାଣର ଅବଧି ଶେଷ ଥିଲା । ମାତ୍ର ସମୟ ସରିଯାଇଥିଲେ ସୁଦ୍ଧା ସେତୁ ନିର୍ମାଣ କାମ ସଂପୂର୍ଣ୍ଣ ହୋଇନାହିଁ । ଯାତାୟତରେ ସମସ୍ୟା ଭୋଗ କରୁଥିବା ତୁମ୍ବା ଓ ବୁରାତାଲ ପଞ୍ଚାୟତର ତାଳବାଢ, ସରଡା, ରମ୍ପା ଭଳି ପ୍ରାୟ 12ଟି ଗାଁର ବାସିନ୍ଦା ଦୀର୍ଘ ବର୍ଷ ହେବ ବ୍ରିଜ୍ ଖଣ୍ଡେ ଲାଗି ଚାହିଁ ବସିଛନ୍ତି । କାହିଁକି ନା ଚାଲୁଣିଆ ନାଳ ଗମନାଗମନରେ ବାଧା ସୃଷ୍ଟି କରୁଛି । ବିଶେଷ କରି ବର୍ଷାଦିନେ ନାଳରେ ପାଣି ବଢିଯିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗରିବ ଆଦିବାସୀ ପରିବାର ।


ସେତୁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ନିମ୍ନମାନର କାମ ହେଉଥିବା ନେଇ ଅଞ୍ଚଳବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ । ଏପରି ଦିନ ପରେ ଦିନ ଗଡୁଥିବା ବେଳେ ସେତୁ କାମ କେବେ ଶେଷ ହେବ ତାହାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି । ବ୍ରିଜ୍ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ପଞ୍ଚାୟତ ବାସିନ୍ଦା ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Argus Whatsapp Channel Mobile Top
Sponsored
sewing-bridge-in-the-middle-of-the-tunnel | Argus News