Crime In Odisha / ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା: ଭୁବନେଶ୍ୱରରେ ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ଵତନ୍ତ୍ର ଟିମ୍

Key Points
ଭୁବନେଶ୍ୱରରେ ପହଞ୍ଚିଲା ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ବତନ୍ତ୍ର ଟିମ୍
ଉଦ୍ଧାର ଝାଡ଼ଖଣ୍ଡ ନାବାଳିକାଙ୍କ ପାଇଁ ଭୁବନେଶ୍ୱରରେ ଶିଶୁ ଆୟୋଗ ଟିମ୍
ରାଜ୍ୟ ଶିଶୁ ଆୟୋଗଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛି ଟିମ୍
ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ ଘଟଣା । ଉଦ୍ଧାର ଝାଡ଼ଖଣ୍ଡ ନାବାଳିକାଙ୍କ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ଵତନ୍ତ୍ର ଟିମ୍ । ଝାଡ଼ଖଣ୍ଡ ନାବାଳିକା ଭୁବନେଶ୍ୱର ଆସିବା ଓ ସେକ୍ସ ରାକେଟରେ ଉଦ୍ଧାର ହେବା ଘଟଣାର ଅନୁଧ୍ୟାନ କରିବେ । ରାଜ୍ୟ ଶିଶୁ ଆୟୋଗଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ଝାଡ଼ଖଣ୍ଡ ଶିଶୁ ଆୟୋଗ । ଉଦ୍ଧାର ପୀଡ଼ିତା ନାବାଳିକାଙ୍କୁ ମଧ୍ୟ ପଚରାଉଚରା କରିବ ଟିମ୍ । କେଉଁ ପରିସ୍ଥିତିରେ ପୀଡ଼ିତା ଓଡ଼ିଶା ଆସିଲେ ଓ ତାଙ୍କ ପରିଚୟ ବିଷୟରେ ଏହି ସ୍ଵତନ୍ତ୍ର ଦଳ ପଚାରି ବୁଝିବେ। ଏଥିସହ ତଦନ୍ତକାରୀ ଅଧିକାରୀଙ୍କ ଠାରୁ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ ।
ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ । ସେପଟେ ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛି CA । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।
ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ । ସେପଟେ ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛି CA । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।
ଗତ ଶନିବାର ଜଣେ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ନାବାଳିକା ଜଣଙ୍କ ଝାଡ଼ଖଣ୍ଡର ହୋଇଥିବା ବେଳେ ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିଲା । ଏହାପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଆଉ ଚଢ଼ାଉ ବେଳେ ଝାଡ଼ଖଣ୍ଡ ଓ କୋଲକାତାର ୪ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି । ଉଦ୍ଧାର ନାବାଳିକା ଜଣଙ୍କ ଝାଡ଼ଖଣ୍ଡର, ତାଙ୍କୁ ୧୬ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ।
ଯଦିଓ ନାବାଳିକାଙ୍କ ଠିକଣା ଓ ପରିଚୟକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ପୋଲିସ ହାତରେ ଲାଗିନି ତଥାପି ଏ ଦିଗରେ ଖୋଳତାଡ଼ ଜାରି ରହିଛି । ସେପଟେ ପ୍ରଥମେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଫିଟିଛି ଅସଲ ଗୁମର । ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିବା ସୂଚନା ଲାଗିଛି କମିଶନରେଟ ପୋଲିସ ହାତରେ ।
ଏବେ ନାବାଳିକା HIV ପଜିଟିଭ୍ ଚିହ୍ନଟ ପରେ ଆସିଥିବା ଗ୍ରାହକଙ୍କ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି ହୋଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଚାଛପାରେ ଏଭଳି ସେକ୍ସ ରାକେଟ ଚାଲିଥିବା ବେଳେ କେବଳ ଜଣେ ହିଁ HIV ପଜିଟିଭ୍ ନା ଏମିତି ଅନେକ HIV ପଜିଟିଭ୍ ଅଛନ୍ତି ତା'କୁ ନେଇ ବି ବଡ଼ ପ୍ରଶ୍ନ ଉଠିଲାଣି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories