Sexual Harassment Case / ସହକର୍ମୀଙ୍କୁ ଯୌନ ଶୋଷଣ ମାମଲା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ
·50 mins ago·2 min read

Key Points
୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ମହିଳା କମିସନଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଏହାସହ ଭୁବନେଶ୍ୱର DCPଙ୍କୁ ତଲବ କରାଯାଇଛି

ଭୁବନେଶ୍ବର,୧୯/୦୯: ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ପରିବହନ ବିଭାଗର ଆଡିସନାଲ ସେକ୍ରେଟାରୀ ଅରୁଣ ବିଶ୍ୱାଳଙ୍କ ମାମଲାରେ ଏବେ ଆକ୍ସନ ମୋଡ୍ରେ ମହିଳା କମିସନ। ଅରୁଣ ବିଶ୍ୱାଳଙ୍କ ବିରୋଧରେ BBS 218/2026ରେ ମାମଲା ରୁଜୁ କରିଛି କମିସନ। ଏହାସହ ଭୁବନେଶ୍ୱର DCPଙ୍କୁ ତଲବ କରାଯାଇଛି । ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ମହିଳା କମିସନଙ୍କୁ ଦେବାକୁ ନିର୍ଦ୍ଦେଶ ରହିଛି।
ତେବେ ଏହି ମାମଲାରେ ଏବେ ଅନେକ ପ୍ରଶ୍ନର ଉତ୍ତର ଖୋଜିବ ମହିଳା କମିସନ। ଅରୁଣ ବିଶ୍ୱାଳଙ୍କ ବିରୋଧରେ ପୂର୍ବରୁ କୌଣସି ଯୁବତୀ କିମ୍ବା ମହିଳା କର୍ମଚାରୀ ICC, ଅର୍ଥାତ୍ ଇଣ୍ଟରନାଲ କମ୍ପ୍ଲେନ୍ କମିଟିରେ ଅଭିଯୋଗ କରିଥିଲେ କି? ବର୍ତ୍ତମାନର ଅଭିଯୋଗକାରିଣୀ ପୂର୍ବରୁ ଅରୁଣଙ୍କ ବିରୋଧରେ ICCରେ କୌଣସି ଅଭିଯୋଗ ଦେଇଥିଲେ କି? ଅଭିଯୋଗ ପରେ ବିଭାଗୀୟ ସ୍ତରରେ କୌଣସି ତଦନ୍ତ ହୋଇଥିଲା କି? ଏସବୁ ଦିଗକୁ ନେଇ ତଥ୍ୟ ଖୋଜିବ କମିସନ।
ପୋଲିସର ତଦନ୍ତ ରିପୋର୍ଟ ମିଳିବା ପରେ OSRTCକୁ ମଧ୍ୟ ରିପୋର୍ଟ ତଲବ କରିବ ମହିଳା କମିସନ। ଅର୍ଥାତ୍ ଏହି ମାମଲାରେ ପୋଲିସ ତଦନ୍ତ ସହ ବିଭାଗୀୟ ସ୍ତରରେ ଅଭିଯୋଗର ପୂର୍ବ ଓ ବର୍ତ୍ତମାନର ସ୍ଥିତିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ମହିଳା କମିସନର ବରିଷ୍ଠକ୍ଷେତ୍ରାଧିକାରୀ ବିଜୟିନୀ ସିଂହ
ସେପଟେ ଝାରପଡା ଜେଲର ଚାରି କାନ୍ଥ ଭିତରେ ରସିକିଆ ଆଡିଶୀନାଲ ସେକ୍ରେଟାରୀ ଅରୁଣ ବିଶ୍ୱାଳଙ୍କର ରାତି କଟିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଯିବାକୁ ପଡିଛି ।ଘଟଣାରେ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ଛାନବିନ କରିଛି। ଗତକାଲି OSRTC ର ଜଣେ ମହିଳା କର୍ମଚାରୀ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ। ଖାରବେଳ ନଗର ଥାନା ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ତାଙ୍କ ଓକିଲ କହିଛନ୍ତି ମୋ କ୍ଲାଇଣ୍ଟଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ଆସିଛି ତାହା ମିଥ୍ୟା। ସେପଟେ ପରିଵହନ ବିଭାଗ ର ଆଡସିନାଲ ସେକ୍ରେଟାରୀ ଅରୁଣ ବିଶ୍ୱାଳ ଗିରଫ ପରେ OSRTC ରେ କାର୍ଯ୍ୟ କରୁଥିବା ଅନ୍ୟ ଯୁବତୀ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହି ଘଟଣା ପରେ ଅରୁଣ ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ଗ୍ରହଣ କରାଯାଉଛି ତା ଉପରେ ନଜର ରହିଛି ସମସ୍ତଙ୍କ ନଜର।
Related Topics
Explore more stories