Videos
|
Odisha

ଚଳିତ ବର୍ଷରୁ ଲାଗୁ ହେବାକୁ ଯାଉଛି ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା

Manini Pattanayak
Browse all articles by Manini Pattanayak
·1 year ago·2 min read
ଚଳିତ ବର୍ଷରୁ ଲାଗୁ ହେବାକୁ ଯାଉଛି ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା

ଭୁବନେଶ୍ୱର:  ଚଳିତ ବର୍ଷରୁ ଲାଗୁ ହେବ ସହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଏଥିପାଇଁ ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହେଲା ଗାଇଡଲାଇନ । ପିଲାଙ୍କୁ ମିଳିବ ବାର୍ଷିକ ୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି। ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀଙ୍କୁ ମିଳିବ ଏହି ସୁବିଧା। ଡ୍ରପ ଆଉଟ କମେଇବାକୁ ସରକାରଙ୍କର ଏହା ମାଷ୍ଟର ପ୍ଲାନ। ୩ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଏଥର ଉପକୃତହେବେ । ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଡ୍ରପ ଆଉଟ କମେଇବା ଉପରେ ସରକାରଙ୍କ ଫୋକସ। 

ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଅନୁସୂଚିତ ଜନଜାତି ପିଲାମାନଙ୍କ ପାଇଁ ବାର୍ଷିକ ପ୍ରୋତ୍ସାହନ ରାଶି ଯୋଗାଇଦେବେ ରାଜ୍ୟ ସରକାର। ଅଷ୍ଟମ ପାସ କରି ନବମ ଶ୍ରେଣୀରେ ନାମ ଲେଖାଇଥିବା ଏବଂ ଦଶମ ପାସ କରି ଏକାଦଶରେ ନାମ ଲେଖାଇଥିବା ଆଦିବାସୀ ପିଲାମାନଙ୍କୁ ବର୍ଷକୁ ଥରେ ମିଳିବ ଏହି ୫୦୦୦ ଟଙ୍କାର ରାଶି। ଗରିବ ମେଧାବୀ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ପାଠ ପଢେଇବା ଦିଗରେ ଏହା ସହାୟକ ହେବ । ବିଗତ ବର୍ଷ ମାନଙ୍କରେ ବିଦ୍ୟାଳୟ ସ୍ତରରେ ଡ୍ରପ ଆଉଟ ସଂଖ୍ୟା ବେଶ ଅଧିକ ରହିଥିଲା। ଏପରିକି ଦେଶରେ ଆଗରେ ରହିଥିଲା ଓଡିଶା। ପୂର୍ବ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ସବୁ ଫେଲ ମାରିଥିଲା ।

ଏବେକାର ବିଜେପି ସରକାର ବିଶେଷ କରି ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷିତ କରେଇବା, ସ୍କୁଲ ଆସିବା ପାଇଁ ଏହି ନୂଆ ପଦକ୍ଷେପ ନେଇଛି।  ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ନିର୍ଦେଶ ରହିଛି ଯେ ଏହି ଯୋଜନା ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଲାଗୁ କରାଯିବ। ଯାହା ଫଳରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଏନରୋଲମେଣ୍ଟ ବଢିବ ଏବଂ ସ୍କୁଲ ଆସିବା ପାଇଁ ପିଲାଙ୍କ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।  ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାରେ ଏ ନେଇ ସମ୍ପୂର୍ଣ ଗାଇଡଲାଇନ ଆସିଛି। 
ନଜର ପକାନ୍ତୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ନିୟମାବଳୀ ଉପରେ
-ଅନୁସୂଚିତ ଜନଜାତିର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। 
-ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡିକରେ ମିଳିବ ଏହି ସୁବିଧା। 
-ପିଲାମାନେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ। 
- ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ଆବଶ୍ୟକ। 
-ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ଅଢ଼େଇ ଲକ୍ଷରୁ କମ ଥିବା ଆବଶ୍ୟକ। 
-ବିଦ୍ୟାର୍ଥି ମାନେ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍‌ରେ ଆବେଦନ କରିପାରିବେ। 
- ଆବେଦନ ପାଇଁ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍‌ରେ ସ୍ବତନ୍ତ୍ର ଏଣ୍ଟ୍ରି ସ୍କ୍ରିନର୍‌ ରହିବ। 
-ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଆବଶ୍ୟକ କାଗଜପତ୍ର ସହ ଆବେଦନ କରିବେ। 
-ଯାଞ୍ଚ ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଆବେଦନ ପତ୍ରକୁ ମଞ୍ଜୁର କରି ବିଭାଗକୁ ଅନଲାଇନରେ ପଠାଇବେ। 
-ସମ୍ପୂର୍ଣ୍ଣ ଯାଞ୍ଚ ପରେ ଆକାଉଣ୍ଟକୁ ଟଙ୍କା ଯିବ। 
-ଛାତ୍ର ଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା" 
-ଆବେଦନ‌କାରୀ ଛାତ୍ରଛାତ୍ରୀଙ୍କୁ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟର ସମ୍ପୁର୍ଣ୍ଣ ବିବରଣୀ ଦେବାକୁ ପଡିବ ।  
-ଛାତ୍ର ଛାତ୍ରୀ ମାନେ ଆଡ଼ମିଶନ ପରେ  ପ୍ରତିଦିନ ଆସୁଛନ୍ତି କି ନାହିଁ ତାର ଯାଞ୍ଚ ହେବ
-ପରେ ସେମାନଙ୍କୁ ଅର୍ଥ ରାଶି ଯୋଗାଇ ଦିଆଯିବ।   ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ସରକାରଙ୍କ ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଏବଂ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ମୁହାଁ କରାଇବାରେ ଏହା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: