Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଶାଲିମାର ଏକ୍ସପ୍ରେସ

Ritu Das
Browse all articles by Ritu Das
·11 months ago·1 min read
ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଶାଲିମାର ଏକ୍ସପ୍ରେସ

Key Points

ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଶାଲିମାର ଏକ୍ସପ୍ରେସ

ଟ୍ରେନ ନମ୍ବର- ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ

ଏକ ବିରାଟ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ଏକ୍ସପ୍ରେସ୍

ମାତ୍ର ୪ ମିନିଟରେ ଦୁର୍ଘଟଣା । ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଦୁର୍ଘଟଣାଗ୍ରସ୍ତ ହେଲା ଶାଲିମାର ଏକ୍ସପ୍ରେସ । ଟ୍ରେନ ନମ୍ବର- ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଷ୍ଟେସନ ଛାଡିବାର ମାତ୍ର ୪ ମିନିଟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏକ ବିରାଟ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ଏକ୍ସପ୍ରେସ୍ । ଶାସିମାର-ସମ୍ବଲପୁର ଏକ୍ସପ୍ରେସ୍ ସମ୍ବଲପୁର ସିଟି ଷ୍ଟେସନରୁ ସକାଳ ୯ଟା ୧୮ରେ ଛାଡିଥିବା ବେଳେ ଅତି ଧୀର ଗତିରେ ଟ୍ରେନଟି ଯାଉଥିଲା ।


କ୍ଷେତ୍ରାଜପୁରରେ ଥିବା ସମ୍ବଲପୁର ଜଙ୍କସନ ଅଭିମୁଖେ ଶାଲିମାର ଏକ୍ସପ୍ରେସ ଯାଉଥିବା ବେଳେ ଟ୍ରେନ ଛାଡିବାର ୪ ମିନିଟରେ ଅର୍ଥାତ ୯ଟା ୨୨ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ବଗି ଟ୍ରାକରୁ ଖସି ଯିବା ପରେ ଯାତ୍ରୀ ଭୟଭୀତ ହୋଇ ଅନ୍ୟ ବଗିକୁ ଧାଇଁ ଯାଇଥିଲେ । ପରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଛାଡି ବାକି ବଗି ସମ୍ବଲପୁର ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲା । ତେବେ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନି ।ସେପଟେ ବର୍ତ୍ତମାନ ଲାଇନ୍ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରାକ ସଫା କାମ ଚାଲୁ ରହିଥିବା ବେଳେ ବଗିକୁ ଟ୍ରାକ ଉପରକୁ ଉଠାଇବା କାମ ଜାରି ରହିଛି । ଉକ୍ତ ରୁଟରେ ଆସୁଥିବା ଟ୍ରେନକୁ ସବୁ ରୋକା ଯାଇଛି । ଖୁବଶୀଘ୍ର ଲାଇନ୍ କ୍ଲିୟର ହେଲେ ଉକ୍ତ ଟ୍ରାକରେ ପୁଣି ଗଡିବ ଟ୍ରେନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shalimar-express-derails-4-minutes-after-train-leaves | Argus News