ସାନଖେମୁଣ୍ଡିରେ ଲଜ୍ଜା, ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
·1 year ago

ସାନଖେମୁଣ୍ଡିରେ ଲଜ୍ଜା । ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗାଁରେ ଅଭାବନୀୟ ଘଟଣା I ତେବେ ନାବାଳିକା ଜଣକ କିଛି ଦିନ ହେବ ଅଜା ଆଈଙ୍କ ନିକଟରେ ରହୁଥିଲେ I ଗତକାଲି ସନ୍ଧ୍ୟା ସମୟରେ ନାବାଳିକା ଜଣଙ୍କ କେଉଁ ଆଡେ ନିଖୋଜ ହେଇଯାଇଥିଲେ I ଏ ନେଇ ପରିବାର ବର୍ଗ ଅନେକ ଖୋଜାଖୋଜି ପରେ ମଧ୍ୟ ପାଇ ନଥିଲେ I
ପ୍ରାୟ ରାତ୍ର ୨ ଘଣ୍ଟ ସମୟରେ ଖୋଜାଖୋଜି ବେଳେ ଏକ ନିର୍ମାଣାଧୀନ ଅଙ୍ଗନବାଡି କୋଠାରୁ ନଗ୍ନ ଅବସ୍ଥାରେ ମୃତଦେହ ମିଳିଥିଲା I ପରେ ପରେ ନାବାଳିକାଙ୍କ ଅଜା ଆଈ ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ପହଂଚି ଛାନଭିନ ଜାରିରଖିଛନ୍ତି I
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: