Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦରେ ଅଙ୍ଗନବାଡି ପିଲାଙ୍କ ଭବିଷ୍ୟତ ଗଢ଼ା

Banajyotshna Ray
Browse all articles by Banajyotshna Ray
·11 months ago·1 min read
ବିପଦରେ ଅଙ୍ଗନବାଡି ପିଲାଙ୍କ ଭବିଷ୍ୟତ ଗଢ଼ା

Key Points

ମମତା ଗୃହରେ ଅଙ୍ଗନବାଡି
ଅସଜଡା ଭିତ୍ତିଭୂମି
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା
ବିପଦରେ ଅଙ୍ଗନବାଡି ପିଲାଙ୍କ ଭବିଷ୍ୟତ ଗଢ଼ା

ଜଙ୍ଗଲକୁ ଲାଗି ରହିଛି କଙ୍କଡ଼ାବେଡା ଅଙ୍ଗନୱାଡ଼ି କେନ୍ଦ୍ର। ଯେଉଁଠି ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପ୍ରାୟ ୩୦ ଶିଶୁ। ଅଙ୍ଗନବାଡି ଘର ଅବସ୍ଥା ଏମିତି ଦେଖିଲେ ଲାଗୁଛି ଡର। ଛାତରୁ ବର୍ଷା ପାଣି ଝରୁଥିବା ବେଳେ ସ୍ଥାନେସ୍ଥାନେ ପ୍ଲାଷ୍ଟର ଗଳି ପଡୁଛି। ମାତ୍ର ଆଜି ଯାଏଁ ହୋଇ ପାରୁନି ଘରର ମରାମତି। ଫଳରେ ଉଜୁଡା ଭିତ୍ତିଭୂମିରେ ଚାଲିଛି ଶିଶୁଙ୍କ ଭବିଶ୍ୟତ ଗଢା।

ଅଙ୍ଗନବାଡି କେନ୍ଦ୍ରର ଏଭଳି ଅବସ୍ଥା ଦେଖି କର୍ମୀ ଏବେ ମମତା ଗୃହରେ ଶିଶୁ ଙ୍କୁ ଶିକ୍ଷାଦାନ କରିବା ସହ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ଏପଟେ ରୋଷେଇ ଘରର ଅବସ୍ଥା ମଧ୍ୟ ବେହାଲ। ବର୍ଷା ହେଲେ ଏଜବେଷ୍ଟାର ଛାଉଣୀରୁ ପାଣି ଗଳୁ ଥିବା ବେଳେ କାନ୍ଥ ଫାଟି ଆଁ କରିଛି ଫଳରେ ରୋଷେଇ କାମ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ବିପଦପୁର୍ଣ୍ଣ ଭିତ୍ତିଭୂମି.ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା । ବାରମ୍ବାର ଅଭିଯୋଗ ପରେବି ହେଉନି ମରାମତି । ଫଳରେ ବିପଦରେ ଶିଶୁଙ୍କ ଭବିଶ୍ୟତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shaping-the-future-of-children-in-danger | Argus News