Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗା ଅଷ୍ଟମୀ ଓ ନବମୀକୁ ନେଇ ଦ୍ଵନ୍ଦ୍ଵରେ ଭକ୍ତ : ପ୍ରକୃତରେ ଅଷ୍ଟମୀ କେବେ ?

Odisha

ଦୁର୍ଗା ଅଷ୍ଟମୀ ଓ ନବମୀକୁ ନେଇ ଦ୍ଵନ୍ଦ୍ଵରେ ଭକ୍ତ : ପ୍ରକୃତରେ ଅଷ୍ଟମୀ କେବେ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦୁର୍ଗା ଅଷ୍ଟମୀ ଓ ନବମୀକୁ ନେଇ ଦ୍ଵନ୍ଦ୍ଵରେ ଭକ୍ତ : ପ୍ରକୃତରେ ଅଷ୍ଟମୀ କେବେ ?

Key Points

  • ଦୁର୍ଗା ଅଷ୍ଟମୀ ଓ ନବମୀକୁ ନେଇ ଦ୍ଵନ୍ଦ୍ଵରେ ଭକ୍ତ
  • ପ୍ରକୃତରେ ଅଷ୍ଟମୀ କେବେ ?
  • ମାଆଙ୍କୁ ଅଷ୍ଟମୀ ପୂଜା କେବେ କରିବେ ଭକ୍ତ ?

ଅର୍ଗସ ବ୍ୟୁରୋ : ଶାରଦୀୟ ଦୁର୍ଗା ପୂଜାକୁ ନେଇ ଉଲ୍ଲସିତ ପୁରପଲ୍ଲୀ । ପ୍ରତି ଘରେ ମାଆଙ୍କୁ ଆରଧାନା କରାଯାଉଛି । ଖାଲି ଘରେ କାହିଁକି ବରଂ ମ
ନ୍ଦିରରରେ, ପୂଜାମଣ୍ଡପରେ ବି ବେଶ ଆକର୍ଷଣୀୟ ଢଙ୍ଗରେ ପୂଜା କରାଯାଉଛି ଦେବୀ ଦୁର୍ଗାଙ୍କର । ହେଲେ ଏହାରି ଭିତରେ ମାଆଙ୍କ ଅଷ୍ଟମୀ ଓ ନବମୀକୁ ନେଇ ଭକ୍ତଙ୍କ ମନରେ ଦ୍ଵନ୍ଦ୍ଵ ଦେଖାଯାଇଛି । ଯାହାକୁ ନେଇ ଜାତୀୟ ସ୍ତରରେ ବି ଚର୍ଚ୍ଚା ଚାଲିଛି । 

ଏସନ ନରବାତ୍ରୀ ପୂଜାକୁ ନେଇ ଭକ୍ତଭାରି କନଫ୍ୟୁଜ । କାରଣ ପଞ୍ଜିକା ଅନୁସାରେ ଅଷ୍ଟମୀ ଅକ୍ଟୋବର ୧୧ରେ ପଡୁଛି, ୧୨ରେ ଦଶମୀ ପଡୁଛି । ଯଦି ୧୧ରେ ଅଷ୍ଟମୀ ଓ ୧୨ରେ ଦଶମୀ ପଡୁଛି ତାହାଲେ ନବମୀ ପୂଜା କେବେ ହେବ ତାହାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଲାଣି । କାରଣ ଅନେକ ଭକ୍ତ ୯ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି ଓ ଦଶମୀରେ ଉପବାସ ଭାଙ୍ଗନ୍ତି। ଖାଲି ଏତିକି ନୁହେଁ ବରଂ ଅନେକ ଅଷ୍ଟମୀରେ ବି ଉପବାସ ରଖନ୍ତି । ତେଣୁ ନବମୀକୁ ନେଇ ସେମାନେ ଦ୍ଵନ୍ଦ୍ଵରେ ରହିବା ସ୍ଵାଭାବିକ କଥା । 

ସୂଚନା ଅନୁସାରେ, ଚଳିତବର୍ଷ ନବରାତ୍ରି ୩ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଓ ଅକ୍ଟୋବର ୧୨ ତାରିଖରେ ସରିବ । ନବରାତ୍ର ଉତ୍ସବରେ ଗୁରୁତ୍ୱପୂର୍ଣ୍ଣ ତିଥିଙ୍କ ମଧ୍ୟରେ ଗୋଟିଏ ହେଉଛି ଉଦୟା ତିଥି । ବ୍ରତର ପାରଣ ଉଦୟା ତିଥି ପରବର୍ତ୍ତି ଦିନ କରାଯିବା ଉଚିତ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତବର୍ଷ ନବପତ୍ରିକା ପ୍ରବେଶ ସପ୍ତମୀ ଗୁରୁବାର ୧୦ ଅକ୍ଟୋବରରେ ହେବ । ଅଷ୍ଟମୀ ବ୍ରତ ଏହାର ପରଦିନ ଅର୍ଥାତ ୧୧ ଅକ୍ଟୋବର ଶୁକ୍ରବାର ପାଳନ ହେବ ।  ଅଷ୍ଟମୀ ତିଥି ଶୁକ୍ରବାର ସକାଳ ୬ଟା ୫୨ ମିନିଟ ପର୍ଯ୍ୟନ୍ତ ରହିବ । ଏହା ପରେ ନବମୀ ତିଥି ଆରମ୍ଭ ହୋଇଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁର୍ଗାଷ୍ଟମୀକୁ ନେଇ ଅନେକ ସମୟରେ ଦ୍ଵନ୍ଦ୍ଵ ଦେଖାଯାଏ । କାରଣ ଏହିଦିନ ଲକ୍ଷାଧିକ ଲୋକ ଉପବାସ କରନ୍ତି । ହେଲେ ଜ୍ୟୋତିଷଙ୍କ ମତ ଅନୁସାରେ ଅଷ୍ଟମୀ ଚଳିତବର୍ଷ ୨ ଦିନ ପାଳନ ହେବ। ଉଦୟା ତିଥି ଅନୁସାରେ ମହାଷ୍ଟମୀ ବ୍ରତ ଅକ୍ଟୋବର ୧୧ରେ ରଖାଯାଇ ପାରିବ ଓ ବ୍ରତ ୧୨ ଅକ୍ଟୋବର ନବମୀ ସକାଳ ୬ଟା ୫୨ ମିନିଟରେ ଭଙ୍ଗ ହେବ । ବ୍ରତ ଅଷ୍ଟମୀରେ ସେବେ କରାଯିବା ଉଚିତ ଯେବେ ଏହା ନବମୀ ସହି ମେଳ ହେଉଥିବ ଓ ବ୍ରତ ନବମୀ ଦିନ ସୂର୍ଯ୍ୟୋଦୟ ପରେ ପାରଣ କରାଯାଇପାରେ । ଚଳିତବର୍ଷ ଅଷ୍ଟମୀ ଯୁକ୍ତ ନବମୀ ୧୧ ଅକ୍ଟୋବର ଶୁକ୍ରବାରରେ ପଡୁଛି । ତେଣୁ ଏହିଦିନ ହିଁ ଉପବାସ କରିବେକୁ ପରାମର୍ଶ ଦିଆଯାଇଛି ।
 

Education Next Season 5
Sponsored
Shardiya Navratri 2024 | Argus News