Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡିଆନଙ୍କୁ ଖୁଲମଖୁଲା ବିରୋଧ କରୁଥିବା ଶଶୀ, ଭୁପିନ୍ଦର ଓ ପ୍ରଫୁଲ୍ଲ ନୂଆ ଟିମରୁ ଆଉଟ

Odisha

ପାଣ୍ଡିଆନଙ୍କୁ ଖୁଲମଖୁଲା ବିରୋଧ କରୁଥିବା ଶଶୀ, ଭୁପିନ୍ଦର ଓ ପ୍ରଫୁଲ୍ଲ ନୂଆ ଟିମରୁ ଆଉଟ

Ritu Das
Browse all articles by Ritu Das
·1 year ago·2 min read
ପାଣ୍ଡିଆନଙ୍କୁ ଖୁଲମଖୁଲା ବିରୋଧ କରୁଥିବା ଶଶୀ, ଭୁପିନ୍ଦର ଓ ପ୍ରଫୁଲ୍ଲ ନୂଆ ଟିମରୁ ଆଉଟ

ପଲିଟିକାଲ ଆଫେୟାର୍ସ କମିଟି ନା ପାଣ୍ଡିଆନ ଆଫେୟାରସ୍ କମିଟି ! ସଭାପତି ଭାବେ ନିର୍ବାଚିତ ହେବାର ବହୁ ଦିନ ପରେ ଆଜି ନିମ ଟିମ ଗଢିଛନ୍ତି ନବୀନ । ବିଭିନ୍ନ ଛାମୁଆ ସଂଗଠନ ସମେତ ଦଳର ପଦାଧିକାରୀ କମିଟି ଘୋଷଣା କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ବିଜେଡି ପୁଣି ଥରେ ଗଠନ କରିଥିବା ପଲିଟିକାଲ ଆଫେୟାର୍ସ କମିଟିକୁ ଅନେକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । ଯାହାକୁ ପଲିଟିକାଲ ଆଫେୟାରସ୍ କମିଟି ନୁହେଁ ବରଂ ପାଣ୍ଡିଆନ ଆଫେୟାରସ୍ କମିଟି ବୋଲି କୁହାଯାଉଛି । କାରଣ ଏହି କମିଟିରେ ପାଣ୍ଡିଆନ ମାର୍କା ନେତାଙ୍କୁ ହିଁ କେବଳ ମିଳିଛି ସ୍ଥାନ।କମିଟିର ଅଧ୍ୟକ୍ଷ ଖୋଦ ନବୀନ ଥିବା ବେଳେ ସଦସ୍ୟ ଭାବେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ସୁଦାମ ମାରାଣ୍ଡି, ପ୍ରମିଳା ମଲିକ, ସସ୍ମିତ ପାତ୍ର ଓ ସଂତୃପ୍ତ ମିଶ୍ରଙ୍କ ଭଳି ୯ ଜଣ ନେତା ।


ସେପଟେ ଅସନ୍ତୁଷ୍ଟ ଙ୍କୁ ଥଇଥାନ କରିବାକୁ ବିଭିନ୍ନ ଛାମୁଆ ସଂଗଠନ ପଦବୀର ଥୋପ ଦେଇଛନ୍ତି ନବୀନ । ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରୀ ପାତ୍ର, ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ମହେଶ ସାହୁ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ଭଳି ନେତାଙ୍କୁ କରାଯାଇଛି ଥଇଥାନ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳର ପକ୍ଷରୁ ଘୋଷଣା କରାଯାଇ ଥିବା ରାଜ୍ୟ ୭୧ ଜଣିଆ ପଦାଧିକାରୀ କମିଟିରେ ଉଭୟ ଯୁବ ବରିଷ୍ଠ ଙ୍କ ରଖି କନ୍ଦଳ ଦୂର ପାଇଁ ପ୍ରୟାସ କରିଛନ୍ତି ନବୀନ । ବରିଷ୍ଠ ଉପସଭାପତି ମୁଖ୍ୟାଳୟ ଓ ଉପ ସଭାପତି ମୁଖ୍ୟାଳୟ ଭାବେ ଦେବୀ ମିଶ୍ର ଓ ପ୍ରତାପ ଜେନା ଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ବବିଙ୍କୁ ବଢୁଥିବା ବିରୋଧକୁ ଦେଖି ସଂଗଠନ ସମ୍ପାଦକ ପଦବୀକୁ ଉଚ୍ଛେଦ କରି ଦେଇଛନ୍ତି ନବୀନ। ଏ ସବୁ ଭିତରେ କିନ୍ତୁ କନ୍ଦଳ କାରଣରୁ ୯ ଜିଲ୍ଲାର ଜିଲ୍ଲା ସଭାପତି ପଦବୀ ଘୋଷଣା କରି ପାରିନି ବିଜେଡି । ଦେଖିବାର କଥା ବାକି ଥିବା ଜିଲ୍ଲା ସଭାପତି ପଦବୀ ଓ ଗଠନ ହୋଇଥିବା ଟିମ ବିଜେଡିକୁ କେଉଁ ଆଡ଼କୁ ନେଇ କି ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
shashi-bhupinder-and-prafulla-who-openly-opposed-pandian-are-out-of-the-new-team | Argus News