Minor Girl Raped / ବଏଫ୍ରେଣ୍ଡ ସହ ନଦୀ ପଠାକୁ ଯାଇଥିଲେ, ଗଣଦୁଷ୍କର୍ମର ଶିକାର ହେଲେ !

Key Points
ନାବାଳିକା ଜଣକ ଯେତେ ଗୁହାରି କରିଲେ ପଛେ ଛାଡ଼ିଲେ ନାହିଁ । ନଇ ପଠାରେ ବାରମ୍ବାର କଲେ ଦୁଷ୍କର୍ମ । ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ ନାବାଳିକାଙ୍କୁ । ହଁ ଆଜ୍ଞା ନର ରାକ୍ଷସ ମାନଙ୍କର ସାହାସ ମାନିବାକୁ ପଡ଼ିବ। ଯୌନ ଭୋକକୁ ଆଉ ସମ୍ଭାଳି ପାରିଲେ ନାହିଁ। ଶୀତୁଆ ସନ୍ଧ୍ୟାରେ ଭୁବନେଶ୍ୱରରେ ଲେଖିଲେ କଳଙ୍କିତ ଅଧ୍ୟାୟ। ପୁରୁଷ ବନ୍ଧୁକୁ ବାନ୍ଧିଲେ । ନାବାଳିକାଙ୍କୁ କଲେ ଗଣଦୁଷ୍କର୍ମ । କଟକରୁ ଆସି ଭୁବନେଶ୍ୱରରେ ରଚିଥିଲେ ନାରକୀୟ କାଣ୍ଡ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଧଉଳି ଥାନା ଅଞ୍ଚଳ ଦୟା ନଦୀ କୂଳରେ। ପୋଲିସ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଦୁଇଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛି କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର ଓ ଅନ୍ୟ ଜଣେ କଟକ ଓଲଟପୁରର କାଳନ୍ଦି ପାତ୍ର । ଏହି ଦୁଇଜଣ ନାବାଳିକାଙ୍କୁ ଦୟାନଦୀର ବାଲି ଉପରେ ଦୁଷ୍କର୍ମ କରିଥିଲେ। ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛି ।
ସୂଚନାନୁସାରେ ଧଉଳି ସ୍ଥିତ ନଦୀ ପଠାକୁ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତମାନେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହ ଗାଡି ଚାବି ଛଡାଇ ନେଇଥିଲେ । ନଦୀ ପଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ପରେ ପଥର ଛେଚି ମାରିଦେବାକୁ ଉଦ୍ୟମ କରିଥିଲେ । ଅଭିଯୋଗ ପରେ ଧଉଳି ଥାନା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅନ୍ୟପଟେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମହିଳା କମିଶନ ସଦସ୍ୟା । ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟ୍ରେ ପହଞ୍ଚିଲେ । ଘଟଣାକୁ ଗୁରୁତର ସହ ନିଆଯାଇଛି, ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମହିଳା କମିସନ ସଦସ୍ୟା ଉର୍ମିଳା ମହାପାତ୍ର ।
ସେପଟେ ଧଉଳି ଗଣଦୁଷ୍କର୍ମ ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ସରକାର କୌଣସି ବି ଅପରାଧକୁ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ସବୁ ମାମଲରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରୀ ହୋଇଛି । ଧଉଳି ଘଟଣାରେ ବି ସରକାର ଉଚିତ ପଦକ୍ଷେପ ନେବେ । ସରକାର ଫାଷ୍ଟ ଟ୍ରାକ ମହିଳା କୋର୍ଟ ବାବଦରେ ଚିନ୍ତା କରୁଛନ୍ତି । ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ।
📱 Get Argus News App
✨Related Topics
Explore more stories