Videos
|
Odisha

ଜାଣନ୍ତୁ କେଉଁ କାରଣ ପାଇଁ SHG ଗ୍ରୁପର ପୁନର୍ଗଠନ ହେବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜାଣନ୍ତୁ କେଉଁ କାରଣ ପାଇଁ SHG ଗ୍ରୁପର ପୁନର୍ଗଠନ ହେବ

ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା। ଚଳିତ ମାସରେ ଏସଏଚଜି ଗ୍ରୁପର ପୁନର୍ଗଠନ କରାଯିବ। ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡ଼ାଯାଇଥିଲା।  ହେଲେ ଏବେ ଏଥିରେ ପରିବର୍ତ୍ତନ କରାଯିବ।


ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରାଯିବ। ଏବେ ସମସ୍ତଙ୍କୁ ଜିପିଏଲ୍ ନିର୍ବାଚନରେ ଭାଗ ନେବାକୁ ସୁଯୋଗ ଦିଆଯିବ। ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି ସେମାନଙ୍କ ସ୍ଥାନରେ ନୂଆ ଲୋକଙ୍କୁ ସୁଯୋଗ ଦିଆଯିବ। ଯେଉଁମାନେ ୨ ଥର ୪ ବର୍ଷରୁ ଅଧିକ ସମୟ ରହି ସାରିଛନ୍ତି ସେମାନେ ଆଉ ରହି ପାରିବେ ନାହିଁ। ହା ପର ମାସରେ GPLF ଓ CPLF, BLFଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ପୂର୍ବ ସରକାରରେ ବହୁ ମହିଳା ଏସଏଚଜିରୁ ବଞ୍ଚିତ ହୋଇଛନ୍ତି। ଏସଏଚଜିର ରେଜିଷ୍ଟ୍ରେସନ ମଧ୍ୟ କରାଯାଇ ନାହିଁ। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ ନଥିବାରୁ ଅଡିଟ୍‌ ହୋଇନାହିଁ। ଏବେ ମିଶନ ଶକ୍ତି ବିଭାଗ ସହଯୋଗରେ ପ୍ରତି ଘରକୁ ସ୍ବୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ିବାକୁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।





SHG groups to be restructured in Odisha | Argus News