ଏବେ ବିଜେଡି ମଡେଲରେ ଚାଲିବନି SHG

ପୁର୍ନଗଠିତ ହେବ ରାଜ୍ୟର ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ । ଚଳିତ ମାସ SHG ଗ୍ରୁପ୍ ଗୁଡ଼ିକୁ ପୁର୍ନଗଠନ କରିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମେ ମାସରେ GPLF, CPLF ଓ BLFଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ଦିଆଯିବ ନୂଆ ନିଯୁକ୍ତି । ବିଦା ହେବେ ପୁରୁଣା ସଭାପତି, ସମ୍ପାଦକ । ନୂଆ ଲୋକଙ୍କୁ ଦିଆଯିବ ଦାୟିତ୍ତ୍ବ । ଯେଉଁମାନେ ୨ ଥର ୪ ବର୍ଷରୁ ଅଧିକ ସମୟ ଧରି ପଦବୀରେ ରହି ସାରିଛନ୍ତି, ସେମାନଙ୍କୁ ପଦ ଛାଡ଼ିବାକୁ ହେବ। ପୂର୍ବ ସରକାରରେ ଦଳୀୟ ରାଜନୀତି ଯୋଗୁଁ ଅନେକ ପରିବାର ଗ୍ରୁପରୁ ବଞ୍ଚିତ ରହିଥିଲେ । କିନ୍ତୁ ଏବେ ପ୍ରତି ପରିବାର ଏଥିରେ ଯୋଡ଼ିହେବେ। କିନ୍ତୁ ବିଜେପି ସରକାରରେ ସବୁ ଦଳର ମହିଳାଙ୍କୁ GPLF ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ ।
ତୃଣମୂଳ ସ୍ତରରେ ସୃଷ୍ଟି ହେବେ ନୂଆ ନେତୃତ୍ବ । ସରକାରଙ୍କ ନୂଆ ନିଷ୍ପତ୍ତିକୁ ହଜମ କରିପାରିନାହାନ୍ତି ବିରୋଧୀ। ବିଜେଡି ସରକାର ସମୟର SHG ମହିଳା ହେଉଥିଲେ ପ୍ରତାରଣାର ଶିକାର । ଦଳୀୟ ନିର୍ଦ୍ଦେଶରେ ଚାଲିଥିଲା ଗ୍ରୁପ୍ । ନିର୍ବାଚନ ସମୟରେ ଟଙ୍କା ବଣ୍ଟାଠୁ ଆରମ୍ଭ କରି ବିଜେଡି ପାଇଁ ଭୋଟ୍ ବ୍ୟାଙ୍କ ଯୋଗାଡ଼ରେ ପୂର୍ବ ସରକାରରେ କାମ କରୁଥିଲେ ମହିଳା ଗୋଷ୍ଠୀ । ଯାହାକୁ ନେଇ ଗାଁ ଗାଁରେ ଗ୍ରୁପ୍ ଗୁଡ଼ିକରେ ଦେଖିବାକୁ ମିଳୁଥିଲା ବିଶୃଙ୍ଖଳା । ତେବେ SHG ପୁର୍ନଗଠନ ନେଇ ବିଜେପି ସରକାରଙ୍କ ନିଷ୍ପତ୍ତିକୁ ମହିଳାମାନେ ସ୍ବାଗତ କରିଛନ୍ତି। ପୂର୍ବ ସରକାରରେ ଭୋଟ୍ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ତିଆରି କରାଯାଉଥିଲା ସ୍ବୟଂ ସହାୟକ ଗୋଷ୍ଠୀ । ସେଥିପାଇଁ ରାଜ୍ୟରେ SHGଙ୍କ ରେଜିଷ୍ଟ୍ରେସନ ନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ୍ ନଥିବାରୁ ଅଡ଼ିଟ୍ ହେଉନଥିଲା ।