ଏସଏଚଜି ମହିଳାଙ୍କୁ ଟ୍ରେନିଂ ସହ କିଟ ଯୋଗାଇ ଦେବେ ରାଜ୍ୟ ସରକାର
·1 year ago·1 min read

ଏସଏଚଜି ମହିଳା ନେବେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାୟିତ୍ୱ । ସବୁ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଏସଏଚଜି ଗ୍ରୁପ କୁ ଦାୟିତ୍ୱ ଦିଆଯିବ । ସେମାନଙ୍କୁ ଟ୍ରେନିଂ ଦିଆଯିବା ସହ କିଟ ଯୋଗାଇ ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଗାଁରୁ ଜଣେ ଜଣେ ମାଆ ଦାୟିତ୍ୱରେ ରହି ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବେ । ଫ୍ଲୋରାଇଡ଼ କିମ୍ୱା ଆଇରନ ମିଶା ପାନୀୟ ଜଳ ଆସିଲେ ଜଣାଇବାକୁ ଅନୁରୋଧ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାୟକ ।
ଆମେ ସେହି ପାଣିକୁ ଟେଷ୍ଟିଙ୍ଗ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବୁ । ସାମ୍ପୁଲକୁ ଟେଷ୍ଟ କରିବା ପାଇଁ ବ୍ଲକ ସ୍ତରରେ ଲ୍ୟାବ ଖୋଲିବେ ରାଜ୍ୟ ସରକାର । ଯାହା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ। ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: