Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଦୁଇ ଦିନ ଶିମିଳିପାଳ ବନ୍ଦ

Odisha

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଦୁଇ ଦିନ ଶିମିଳିପାଳ ବନ୍ଦ

Ritu Das
Browse all articles by Ritu Das
·1 year ago·1 min read
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଦୁଇ ଦିନ ଶିମିଳିପାଳ ବନ୍ଦ

ପ୍ରବଳ ବର୍ଷା ପାଇଁ ଶିମିଳିପାଳ ବନ୍ଦ ରହିବ। ଆଜି ଏବଂ ଆସନ୍ତା କାଲି ବନ୍ଦ ପାଇଁ ସୂଚନା ଦେଇଛନ୍ତି ଅଭୟାରଣ୍ୟ ଉଚ୍ଚ କର୍ତ୍ତୃପକ୍ଷ। ଗତ ଦୁଇ ଦିନ ହବ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ହୋଇଛି। ସେହିପରି ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ସେହିପରି ଆସନ୍ତା ଦୁଇ ଦିନ ମଧ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ପରେ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି।


ତେବେ ଗତ କାଲି ଶିମିଳିପାଳ ଅଭୟାରଣ୍ୟର ରାମତୀର୍ଥରେ ସର୍ବାଧିକ ୫୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୫୦ ମିମି ବରେହୀପାଣିରେ ୫୦ମିମି, କେନ୍ଦୁମୁଣ୍ଡି ରେ ୪୬ମିମି, ପିଠାବଟା ରେ ୩୩ମିମି, ଡୁକୁରାରେ ୩୩ମିମି, ଚହଲାରେ ୩୦ମିମି, ନଅଣାରେ ୩୭ମିମି, ଏବଂ ବଡଗାଁ ରେ ୨୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଆଜିବି ଶିମିଳିପାଳ ତଥା ଶିମିଳିପାଳ ଅଭୟାରଣ୍ୟରେ ପାଦ ଦେଶ ମାନଙ୍କରେ ସକାଳୁ ସକାଳୁ ବର୍ଷା ଲାଗି ରହିଛି ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shimilipal-closed-for-two-days-for-the-safety-of-tourists | Argus News