Videos
|
Odisha

ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ସାମଗ୍ରୀ, 31କୋଟି ମଞ୍ଜୁର କରିବାକୁ ଚିଠି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ସାମଗ୍ରୀ, 31କୋଟି ମଞ୍ଜୁର କରିବାକୁ ଚିଠି

Key Points

ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ସ୍କୁଲ ପୋଷାକ

ଶିଶୁ ବାଟିକାର ଛାତ୍ର ପାଇଁ 31କୋଟି 08ଲକ୍ଷ 39 ହଜାର ଟଙ୍କା ମଞ୍ଜୁର କରିବାକୁ ଚିଠି ହୋଇଛି 


ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପାଣ୍ଠି ମଞ୍ଜୁରୀରେ ସଂଶୋଧନ। 2025-26 ବର୍ଷ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟର 41ଲକ୍ଷ 31ହଜାର 24 ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ ବଣ୍ଟନ ପାଇଁ ଟଙ୍କା ମଞ୍ଜୁର କରାଯାଇଛି। 310839 ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ 1000 ଟଙ୍କା ପାଣ୍ଠି ଆବଶ୍ୟକ। ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ବଣ୍ଟନ ପାଇଁ ରାଜ୍ୟ ବଜେଟରୁ ପ୍ରତି ଶିଶୁ ବାଟିକାର ଛାତ୍ର ପାଇଁ 31କୋଟି 08ଲକ୍ଷ 39 ହଜାର ଟଙ୍କା ମଞ୍ଜୁର କରିବାକୁ ଚିଠି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shishu Vatika children will get free supplies || Argus News | Argus News