Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ

Smruti Parija
Browse all articles by Smruti Parija
·1 year ago·1 min read
ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ

କୋରାପୁଟ: ଧର୍ମ ମାସ କାର୍ତ୍ତିକରେ ଆବିର୍ଭାବ ହେଲେ ମହାଦେବ । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବୋରିଗୁମ୍ମାର ନୂଆଗୁଡାରେ । ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ । ଆଉ ଏହାକୁ ଦେଖିବାକୁ ଏବେ ଲୋକଙ୍କ ଗହଳି ଲାଗିଛି । ସେପଟେ ସବୁବେଳେ ଶୂନ୍ ଶାନ୍ ଥିବା ନୂଆଗୁଡା ଗାଁ ଏବେ ଚଳଚଞ୍ଚଳ ହୋଇଉଠିଛି । ପୂଜା କରିବା ପାଇଁ ଦୂର ଦୁରାନ୍ତରୁ ଭକ୍ତଙ୍କର ସୁଅ ଛୁଟିଛି । 

ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଏଠାରେ ବିଭିନ୍ନ ଅଞ୍ଚଳରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଗତକାଲି ଠାରୁ ଉଦ୍ଧାର ହୋଇଥିବା ଶିବ ଲିଙ୍ଗର ପାଖରେ ପୂଜାର୍ଚ୍ଚନା ଜାରି ରହିଛି । ଏହି ଘଟଣା ପରେ  ନୂଆ ଗୁଡ଼ା ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇ ସେହି ସ୍ଥାନଟିକୁ ରାତାରାତି ମନ୍ଦିର ଭଳି ପ୍ରସ୍ତୁତ କରି ଦେଇଛନ୍ତି । 

ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଟେଣ୍ଟ୍, ପଣା ,ପ୍ରସାଦ ବ୍ୟବସ୍ଥା କରିବା ସହିତ ଭଜନ କୀର୍ତ୍ତନରେ କମ୍ପୁଛି ପରିବେଶ । ଶିବ ଲିଙ୍ଗ ଦର୍ଶନ କରିବା ପରେ ଭକ୍ତମାନେ ବେଶ୍ ଶାନ୍ତି ଅନୁଭବ କରିବା ସହ ଗ୍ରାମବାସୀଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି । ସେପଟେ ଯେହେତୁ ବଟ ବୃକ୍ଷ ତଳୁ ଶିବ ଲିଙ୍ଗ ଉଦ୍ଧାର ପରେ ବାବା ବଟେଶ୍ୱର ହିସାବରେ ଆଗାମୀ ଦିନରେ ମହାଦେବ ପୂଜା ପାଇବା ନେଇ ମତ ଦେଇଛନ୍ତି ସ୍ଥାନୀୟ ପୂଜକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
shiva-linga-found-in-jeypore-koraput | Argus News