Videos
|
Odisha

Shital Sasthi / ସରିଲା ପତର ପେଣ୍ଡି ଚାଲିଛି ଦେବ ନିଉତା: ଦେବ ଦମ୍ପତିଙ୍କ ବିବାହ ଜମୁଛି ନିମନ୍ତ୍ରଣ ପରମ୍ପରା

Rashmita Mishra
Browse all articles by Rashmita Mishra
·1 month ago·2 min read
ସରିଲା ପତର ପେଣ୍ଡି ଚାଲିଛି ଦେବ ନିଉତା: ଦେବ ଦମ୍ପତିଙ୍କ ବିବାହ ଜମୁଛି ନିମନ୍ତ୍ରଣ ପରମ୍ପରା
Shital Sasthi

Key Points

ସରିଲା ପତର ପେଣ୍ଡି, ଚାଲିଛି ଦେବ ନିଉତା
ବାଜା, ଗାଜା, ଦୁଲଦୁଲିର ତାଳେ ତାଳେ ଜମୁଛି ଦେବ ନିମନ୍ତ୍ରଣ
କେଉଁଠି ହନୁମାନ ତ କେଉଁଠି ପ୍ରଭୁ ନୃସିଂହ
ସମ୍ବଲପୁରରୁ ଏକାମ୍ର କ୍ଷେତ୍ର, ଦେବ ଦମ୍ପତିଙ୍କ ମିଳନ ପାଇଁ ପରିବେଶ ଉତ୍ସବମୁଖର
କାଲି କେଦାରଗୌରୀ ଅଭିମୁଖେ ବାହାରିବେ ଏକାମ୍ରର ନାଥ ପ୍ରଭୁ ଲିଙ୍ଗରାଜ

ସରିଲା ପତର ପେଣ୍ଡି, ଚାଲିଛି ଦେବ ନିଉତା...ବାଜା, ଗାଜା, ଦୁଲଦୁଲିର ତାଳେ ତାଳେ ଜମୁଛି ଦେବ ନିମନ୍ତ୍ରଣ । କେଉଁଠି ହନୁମାନ ତ କେଉଁଠି ପ୍ରଭୁ ନୃସିଂହ । ସମ୍ବଲପୁରରୁ ଏକାମ୍ର କ୍ଷେତ୍ର, ଦେବ ଦମ୍ପତିଙ୍କ ମିଳନ ପାଇଁ ପରିବେଶ ଉତ୍ସବମୁଖର । କାଲି କେଦାରଗୌରୀ ଅଭିମୁଖେ ବାହାରିବେ ଏକାମ୍ରର ନାଥ ପ୍ରଭୁ ଲିଙ୍ଗରାଜ ।

ପ୍ରସିଦ୍ଧ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ସରିଲା ପତର ପେଣ୍ତି ବା ନିର୍ବନ୍ଧ କାର୍ଯ୍ୟ । ଆଜି ହେବ ହନୁମାନ ନିୟୁତା ବା ଗୁଆଗୁଣ୍ତା । ଶୀତଳଷଷ୍ଠୀ ଯାତ୍ରାରେ ଗୁରୁତ୍ବ ବହନ କରିଥାଏ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା । ପ୍ରମୁଖ ପଡ଼ାଗୁଡ଼ିକରେ ସୁସଜ୍ଜିତ ବିମାନରେ ହନୁମାନ ବିରାଜମାନ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ମନ୍ଦିର ଯାଇଥାନ୍ତି ଏବଂ ସେଠାରେ ଦେବ ବିବାହ ପାଇଁ ନିମନ୍ତ୍ରଣ କରିଥାନ୍ତି । କିନ୍ତୁ ନନ୍ଦପଡ଼ାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ଶୀତଳଷଷ୍ଠୀରେ ନୃସିଂହ ନିଉତାର ନୀତି ଅନୁଷ୍ଠିତ ହୁଏ ।

ଦେବାଦିଦେବ ମହାଦେବ ଓ ମା’ ପାର୍ବତୀଙ୍କ ଦିବ୍ୟ ବିବାହରେ ସାମିଲ ହେବା ପାଇଁ ପ୍ରଭୁ ନୃସିଂହ ସହରର ବିଭିନ୍ନ ଦେବଦେବୀଙ୍କୁ ନିମନ୍ତ୍ରଣ କରିଥାନ୍ତି । ବାଜା, ଗାଜା, ନିଶାନ ଓ ଦୁଲଦୁଲିର ତାଳେ ତାଳେ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ପ୍ରଭୁ ନୃସିଂହ ବାହାରନ୍ତି । ତାଙ୍କ ସହ ବରପିତା ମଧ୍ୟ ରହିଥାନ୍ତି । ହଳଦୀ, ଗୁଆ, ଲଡୁ ଓ ବସ୍ତ୍ର ଅର୍ପଣ କରି ଦେବଦେବୀଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଏ ।

ସମ୍ବଲପୁର ଭଳି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଆସନ୍ତାକାଲି ପବିତ୍ର ଶୀତଳଷଷ୍ଠୀ ପାଇଁ ବାଜା, ବାଣ ରୋଷଣୀ ନେଇ କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିବେ ମହାପ୍ରଭୁ ଲିଙ୍ଗରାଜ । ଦେବନୀତି ଅନୁଯାୟୀ ଶୂଭ ମୁହୂର୍ତ୍ତରେ ଧରିବେ ମାତା ପାର୍ବତୀଙ୍କ ହାତ ।

ଆସନ୍ତାକାଲି ରାତି ୧୦ଟାରୁ ଲିଙ୍ଗରାଜ ମନ୍ଦିର ପରିସରରୁ ବାହାରିବେ ବରଯାତ୍ରୀ ଏବଂ ରାତି ୩ଟା ୧୫ ମିନିଟରେ ହସ୍ତ ଘଣ୍ଟି ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି। ୧୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଯୁଗ ବଦଳୁଛି, ସମୟ ବଦଳୁଛି, କିନ୍ତୁ ସମ୍ବଲପୁରରୁ ଏକାମ୍ର କ୍ଷେତ୍ର ପର୍ଯ୍ୟନ୍ତ ଶୀତଳଷଷ୍ଠୀର ଏହି ଶତାବ୍ଦୀ ପୁରୁଣା ଦେବ ପରମ୍ପରା ଆଜି ବି ଜୀବନ୍ତ ଏବଂ ଅନନ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shital Sasthi | Shital Sasthi Rituals Begin With Divine Invitation Tradition | Argus News